Only for Entertainment

ବାସ୍ତୁ ଅନୁସାରେ ଘଂଟା ବଦଳାଇ ପାରେ ଆପଣଙ୍କ ଭାଗ୍ୟ ।

vastu consultant in Kolkata
0 46

ଦାମି ଘଣ୍ଟା ପିନ୍ଧିବା ଦ୍ୱାରା କାହାର ଭାଗ୍ୟରେ ପରିବର୍ତ୍ତନ ଆସି ଥାଏ। କିନ୍ତୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଗୋଟିଏ ଘଣ୍ଟା ଆପଣଙ୍କ ସମୟ ବଦଳାଇ ପାରେ। ଏହା ସତ ଯେ ଘଣ୍ଟା ଆପଣଙ୍କ ଦିନକୁ ଭଲ କରିପାରେ ଖରାପ ବି କରିପାରେ। ବାସ୍ତୁଶାସ୍ତ୍ର ଅନୁସାରେ କିଛି ନିୟମ ପାଳନ କରିବା ଦ୍ୱାରା ଆମେ ଖୁସିରେ ରହିପାରିବା। ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି ଯାହା କେବେ ବି ଅଣଦେଖା କରିବା ଉଚିତ ନୁହେଁ….

ବାସ୍ତୁଶାସ୍ତ୍ର ଅନୁସାରେ ଘର ସାମନାରେ କିଛି ପଦାର୍ଥ ରଖିବା ଦ୍ୱାରା ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ। ଘରର କାନ୍ଥରେ ଘଣ୍ଟା ଠିକ ରୂପେ ଲଗାଇବା ଦ୍ୱାରା ମଧ୍ୟ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ପିଲାଙ୍କର ସ୍ମୃତି ଶକ୍ତି ବଢିଥାଏ। ଘରର କାନ୍ଥରେ ମଧୁର ସଙ୍ଗୀତ ଧ୍ୱନି ସୃଷ୍ଟି କରୁଥିବା ଘଣ୍ଟା ଲଗାଇବା ଉଚିତ। କାରଣ ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଏହାସହ ଘର ଲୋକଙ୍କର ଉନ୍ନତି ମଧ୍ୟ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ, କାରଣ ଦକ୍ଷିଣ ଦିଗକୁ ଯମଙ୍କ ପ୍ରବେଶ ଦ୍ୱାର କୁହାଯାଇଥାଏ। ପୂର୍ବ ଦିଗକୁ ଶୁଭ ବୋଲି କୁହାଯାଇଥାଏ। ପୂର୍ବ ଦିଗରେ ଘଣ୍ଟା ଲଗାଇବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥାନ୍ତି।


ଘରେ ଘଣ୍ଟା ଚାଲିବା ବନ୍ଦ ହୋଇଗଲେ ତାକୁ ସଙ୍ଗେ ସଙ୍ଗେ କାର୍ଯ୍ୟକ୍ଷମ କରାଇ ଦିଅନ୍ତୁ। କାରଣ ଘଣ୍ଟା ବନ୍ଦ ହେଲେ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ। ପରିବାରର ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More