Only for Entertainment

ମାନସିକ ଅବସାଦ ଦୂର କରେ ଅଖରୋଟ୍‍ : ଗେବଷଣାରୁ ସ୍ପଷ୍ଟ

navodayatimes
45

ଆମେରିକାର ଏକ ଗବେଷଣାତ୍ମକ ରିପୋର୍ଟରେ କୁହାଯାଏ ଯେ, ମହିଳାମାନଙ୍କ ମାନସିକ ଅବସାଦ କମ୍‍ କରିବାରେ ଅଖରୋଟ୍‍ ବଡ଼ ଭୂମିକା ନେଇଥାଏ । ନିୟମିତ ଅଖରୋଟ୍‍ ଖାଇବା ଦ୍ୱାରା ଏକାଗ୍ରତାସ୍ତର ବଢିଥାଏ ।

କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏହି ଗବେଷଣାର ରିପୋର୍ଟ ଅନୁସାରେ ଅଖରୋଟ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ଯେଉଁ ମହିଳାମାନେ ମାନସିକ ଅବସାଦରେ ଗତି କରୁଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଉପଯୋଗୀ ଅଟେ । ସେହିପରି ଅଖରୋଟ ଖାଇବା ଦ୍ୱାରା ମଧ୍ୟ ଆଜମା ଆଶଙ୍କା ଦୂର ହୋଇଥାଏ । ୨୬ ହଜାର ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ପୂର୍ବ ଗବେଷଣାରୁ ଜଣାପଡିଥିଲା ଯେ, ଅଖରୋଟ୍‍ ହୃଦୟରୋଗୀଙ୍କ ପାଇଁ ମଧ୍ୟ ବେଶ ଉପଯୋଗୀ ।

ଅଖରୋଟ ନା କେବଳ ମାନସିକ ଅବସାଦ ଦୂର କରିଥାଏ ତାହା ନୁହେଁ ଏହା କେଶ, ତ୍ୱଚା ଏବଂ ଆଖିକୁ ମଧ୍ୟ ସୁରକ୍ଷା ଦେଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଯୁବା ରଖିବାରେ ସହାୟକ ହୋଇଥାଏ ।

ଏହା ବ୍ୟତିତ ଏହି ଫଳ ମସ୍ତିଷ୍କ ପାଇଁ ମଧ୍ୟ ଖୁବ ଉପକାରୀ । ଡାଇବେଟିସ ରୋଗୀଙ୍କ ପାଇଁ ଏହା ମଧ୍ୟ ଏହା ଖୁବ ଉପକାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More