Only for Entertainment

ଫିଲ୍ମ ସମୀକ୍ଷା : ଆକ୍ସନ, ରୋମାନ୍ସ ଓ ଡ୍ରାମାର ଫୁଲ ଡୋଜ ‘ୱାର’, କ୍ଲାଇମ୍ୟାକ୍ସ ଦର୍ଶକଙ୍କୁ କରିଦେବ ଆଶ୍ଚର୍ଯ୍ୟ

google
55

Rating

7.4
Awesome
  • IMDb 7.7
  • Patrika 7

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ ବକ୍ସ ଅଫିସରେ ରିଲିଜ ହୋଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆକ୍ସନ, ଥ୍ରୀଲର, ରୋମାନ୍ସ ଏବଂ ଡ୍ରାମାରେ ଭରପୂର । ତେବେ ଆସନ୍ତୁ କରିବା ଫିଲ୍ମର ସମୀକ୍ଷା ।

ଫିଲ୍ମରେ ହ୍ରିତିକ ‘କବୀର’ ଭୂମିକାରେ ନଜର ଆସିଛନ୍ତି ଯେ କି ଜଣେ ସେନା ଅଧିକାରୀ । କିନ୍ତୁ ସମୟ କ୍ରମେ କବୀର ବାଗୀ ହୋଇଯାଏ । କବୀରକୁ ରୋକିବା ପାଇଁ ତା’ର ହିଁ ଜଣେ ଭଲ ଷ୍ଟୁଡେଣ୍ଟ ‘ଖାଲିଦ(ଟାଇଗର ଶ୍ରଫ)’ତାକୁ ସାମ୍ନା କରିଥାଏ । ଫିଲ୍ମରେ ଆକ୍ସନ ସିନ ଭରପୂର ରହିଛି । ଦୁଇ କଳାକାର ଟାଇଗର ଏବଂ ହ୍ରିତିକ ଏହି ଆକ୍ସନ ସିନ ଗୁଡିକୁ ଭଲ ଭାବେ ତୁଲାଇଛନ୍ତି ।

ୟୁଏଇ ସେଂସର ବୋର୍ଡର ସଦସ୍ୟ ଉମେର ସନ୍ଧୁ ଏହି ଫିଲ୍ମକୁ ଦେଖିବା ପରେ ଟ୍ୱିଟ କରି ଏହାର ରିଭ୍ୟୁ ଜାରି କରିଛନ୍ତି । ଉମେରଙ୍କ ଟ୍ୱିଟ ଅନୁସାରେ ଫିଲ୍ମରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଜବରଦସ୍ତ ଅଭିନୟ କରିଛନ୍ତି । ୱାର ଫିଲ୍ମର ଜୀବନ ଏହାର ଆକ୍ସନ ସିନ୍ସ ରହିବ । ଫିଲ୍ମର କ୍ଲାଇମ୍ୟାକ୍ସ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଉମେରଙ୍କ କହିବା ଅନୁସାରେ ଏହି ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ପ୍ରମାଣିତ ହେବ ।

ଫିଲ୍ମରେ ନିର୍ଦ୍ଦେଶକ ଭଲ କାମ କରିଛନ୍ତି । ଏହାର ସ୍କ୍ରିନପ୍ଲେ ଜବରଦସ୍ତ ରହିଛି । ଟାଇଗର, ହ୍ରିତିକ ଏବଂ ବାଣୀ କପୁର ନିଜର ବେଷ୍ଟ ଦେବା ପାଇଁ ପ୍ରୟାସ କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି । ମୋଟାମୋଟି ଫିଲ୍ମ ଭଲ ଥିବା ବେଳେ ଆଗାମୀ ଦିନରେ ଏହା ବକ୍ସ ଅଫିସରେ କ’ଣ କମାଲ କରୁଛି ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More