ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଷ୍ଟାରର ଫିଲ୍ମ ‘ୱାର’ ଗୀତ ‘ଜୟ ଜୟ ଶିବ ଶଙ୍କର’କୁ ମେକର୍ସ ଶନିବାର ସକାଳେ ରିଲିଜ କରିଛନ୍ତି । ଫିଲ୍ମ ‘ୱାର’ର ଏହି ପାର୍ଟି ସଙ୍ଗରେ ବିଶାଳ ଦଦଲାନୀ ଏବଂ ବେନୀ ଦୟାଲଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି ।
ରିଲିଜ ହୋଇଥିବା ଏହି ଗୀତରେ ଟାଇଗର ଏବଂ ହ୍ରିତିକ ରୋଶନଙ୍କ ଜବରଦସ୍ତ ଡ୍ୟାନ୍ସର ଜଲୱା ଦେଖିବାକୁ ମିଳିଛି । ଦୁହିଁଙ୍କ ଡ୍ୟାନ୍ସ ମୁଭସ ଲୋକଙ୍କୁ ଖୁବ ଆକର୍ଷିତ କରୁଛି ଯେ ମାତ୍ର ଦୁଇ ଘଣ୍ଟାରେ ଗୀତକୁ ୟୁଟ୍ୟୁବରେ ପାଖାପାଖି ୫ ଲକ୍ଷ ଭ୍ୟୁଜ ମିଳିସାରିଛି । ଏହି ଗୀତର ଲିରିକ୍ସ କୁମାର ଲେଖିଥିବା ବେଳେ ଏହାକୁ କମ୍ପୋଜ କରିଛନ୍ତି ଭିଶାଳ-ଶେଖରଙ୍କ ଯୋଡି ।
କହିରଖୁଛୁ ଯେ, ଗୀତକୁ ସୁଟ କରିବା ପୂର୍ବରୁ ଏହାର ପ୍ରାକ୍ଟିସ ପାଇଁ ଟାଇଗର ୩ ମାସ ସମୟ ନେଇଥିଲେ । ଏହା ପୂର୍ବରୁ ଫିଲ୍ମର ଆଉ ଏକ ଗୀତ ଘୁଙ୍ଗୁରୁ ରିଲିଜ ହୋଇ ଥିଲା । ଏହାକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ ।
ସିଦ୍ଧାର୍ଥ ଆନନ୍ଦ ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଏହାକୁ ପ୍ରଡ୍ୟୁସ କରୁଛନ୍ତି ଆଦିତ୍ୟ ଚେପ୍ରାଙ୍କ କମ୍ପାନୀ ୟସ ରାଜ ଫିଲ୍ମସ । ଫିଲ୍ମରେ ହ୍ରିତିକ ଏବଂ ଟାଇଗରଙ୍କ ବ୍ୟତିତ ବାଣୀ କପୁର ମଧ୍ୟ ନଜର ଆସିବେ । ଫିଲ୍ମ ୨ ଅକ୍ଟୋବରରେ ପରଦାକୁ ଆସିବ ।