Only for Entertainment

ୱାରରେ ଦେଖିବାକୁ ମିଳିଲା ଟାଇଗର ଶ୍ରଫ ଏବଂ ହ୍ରିତିକଙ୍କ ଜବରଦସ୍ତ ଆକ୍ସନ, ଦେଖନ୍ତୁ ଟିଜର !

56

ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଧମାକାଦାର ଯୋଡିକୁ ଦେଖିବାକୁ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ବଲିଉଡରେ ଶାନଦାର ଆକ୍ସନ ଅଭିନେତା ଟାଇଗର ଶ୍ରଫ ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ ‘ୱାର’ର ଟିଜର ରିଲିଜ ହୋଇଛି, ଏହି ଟିଜର ଖୁବ କମାଲ ହୋଇଛି । ଏଥିରେ ଟାଇଗର ଏବଂ ହ୍ରିତିକଙ୍କ ମଜାଦାର ଆକ୍ସନ ଦେଖିବାକୁ ମିଳିଛି । ବାଇକ ଠାରୁ ନେଇ ବିମାନ ପର୍ଯ୍ୟନ୍ତ ଟାଇଗର ଶ୍ରଫ ଏବଂ ହ୍ରିତିକ ରୋଶନ ନିଜ କମାଲ ଦେଖାଇଛନ୍ତି ।

ୟଶରାଜ ବ୍ୟାନର ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ସହ ବାଣୀ କପୂର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଗାନ୍ଧୀ ଜୟନ୍ତିରେ ରିଲିଜ ହେବ । ଫିଲ୍ମରେ ଆନ୍ତର୍ଜାତିୟ ସ୍ତରର ଆକ୍ସନ ରହିଛି ଏବଂ ଟାଇଗର ଓ ହ୍ରିତିକଙ୍କ ଯୋଡିକୁ ଏଳାସହ ଦେଖିବା ସତରେ ମଜାଦାର ଅଟେ । ଟିଜରର ଅନେକ ସିନରେ ଟାଇଗର ହ୍ରିତିକଙ୍କ ପଛରେ ଗୋଡାଉଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More