Only for Entertainment

ପୁଣି ଥରେ ଦବଙ୍ଗ ଖାନଙ୍କ ମହାନତା ଦେଖିବାକୁ ମିଳିଲା ରିଆଲିଟି ଶୋ’ରେ, ଦେଖନ୍ତୁ ଭିଡିଓ ।

zeenews
0 90

ବଲିଉଡ଼ର ଟାଇଗର ସଲମାନ ଖାନ ଦରକାର ସମୟରେ ଅନ୍ୟକୁ କିଭଳି ଅଯାଚିତ ଭାବରେ ସାହାଯ୍ୟ କରନ୍ତି ତାହା ସମସ୍ତଙ୍କୁ ଜଣା । ଫିଲ୍ମ ବାଦ, ଅନ୍ୟକୁ ସାହାଯ୍ୟ କରି ସେ ପ୍ରାୟ ସମୟରେ ଚର୍ଚ୍ଚାର ପରିସରକୁ ଆସିିଛନ୍ତି। ‘ବିଙ୍ଗ୍‌ ହ୍ୟୁମାନ୍‌’ ଜରିଆରେ ସେ ଅନେକ ଲୋକଙ୍କୁ ବହୁ ଭାବେ ସାହାଯ୍ୟ ସହଯୋଗ କରିଛନ୍ତି । ବର୍ତ୍ତମାନ ଅଭିନେତା ସଲମାନ ନିଜର ଆଗାମୀ ଚଳଚ୍ଚିତ୍ର ରେସ୍‌-୩ ପାଇଁ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ ଏକ ରିୟାଲିଟି ସୋ’ ଦସ୍‌ କା ଦମ୍‌ରେ ହୋଷ୍ଟିଙ୍ଗ କରୁଥିବାର ଦେଖିବାକୁ ମିଳୁଛି । କିଛି ଦିନ ହେବ ଏହି ସୋ’ ଆରମ୍ଭ ହୋଇଥିବା ବେଳେ, ସୋ’ରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

#salmankhan melts out heart with this incident ? @sonytvofficial #duskadum

A post shared by Viral Bhayani (@viralbhayani) on


ସୂଚନା ମୁତାବକ, ସଲମାନଙ୍କ ସୋ’କୁ କୋଲକାତାରୁ ପିଙ୍କି ଶାହା ନାମକ ଜଣେ ପ୍ରତିଯୋଗୀ ଆସିଥିଲେ । ଏହି ସୋ’ରେ ସେ ଖେଳି ଅଧିକ ଅର୍ଥ ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମାତ୍ର ୨୦ହଜାର ଟଙ୍କା ଜିତିବା ପାଇଁ ସେ ସମର୍ଥ ହୋଇ ପାରିଥିଲେ । ସୋ’ରେ ପିଙ୍କି ନିଜ ଝିଅଙ୍କୁ ଭଲ ସ୍କୁଲରେ ପଢ଼ାଇବାକୁ ଚାହାଁନ୍ତି ବୋଲି ସଲମାନଙ୍କୁ ଜଣାଇଥିଲେ । ନିଜ ଝିଅକୁ ଭଲ ସ୍କୁଲରେ ପଢ଼ାଇବାକୁ ଚାହିଁ ମଧ୍ୟ ମୁଁ ପଢ଼ାଇ ପାରୁ ନାହିଁ, ବୋଲି ସେ କହିଥିଲେ । ଟଙ୍କା ଅଭାବରୁ ତାଙ୍କ ଝିଅ ଏବେ ଏନ୍‌ଜିଓ ପରିଚାଳିତ ଏକ ସ୍କୁଲରେ ପାଠ ପଢ଼ୁଛି । ପିଙ୍କିଙ୍କ ଠାରୁ ଏ କଥା ଶୁଣିବା ପରେ ସଲମାନ ଦ୍ୱିତୀୟ ଥର ନ ଭାବି ତୁରନ୍ତ ତାଙ୍କ ଆଡ଼କୁ ସାହାଯ୍ୟର ହାତ ବଢ଼ାଇଥିଲେ । ପିଙ୍କିଙ୍କ ଅସୁବିଧା ବିଷୟରେ ଶୁଣି ସେ ତୁରନ୍ତ ତାଙ୍କ ଝିଅର ସମସ୍ତ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More