Only for Entertainment

ବଲିଉଡ ନାୟିକାଙ୍କ ପ୍ରେମରେ ପଡିଛନ୍ତି ୱେଷ୍ଟଣ୍ଡିଜ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଡିଜେ ବ୍ରାବୋ !

youtube
100

ବଲିଉଡ ନାୟିକାଙ୍କ ପ୍ରେମରେ ପଡିଛନ୍ତି ୱେଷ୍ଟଣ୍ଡିଜ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଡିଜେ ବ୍ରାବୋ । ବଲିଉଡ ଅଭିନେତ୍ରୀ ରାଧିକାଙ୍କୁ ପ୍ରେମ ନିବେଦନ କରୁଥିବା ସମୟର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଧିକ ଓ ବ୍ରାବୋଙ୍କ ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ସୋସିଆଲ ମିଡିଆ ଫଲୋର୍ସ । ରାଧିକାଙ୍କ ସହ ବ୍ରାବୋ ହିନ୍ଦୀରେ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ପ୍ରେମ ନିବେଦନ କରିବା ସହ କିଭଳି ସେମାନଙ୍କ ବାହାଘର ହେବ ସେ ନେଇ ମଧ୍ୟ ଦୁଇଜଣଙ୍କ ମଧ୍ୟରେ କିଛି ସମୟର ଚର୍ଚ୍ଚା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ୟାରିଆ, ଇରାଦା, ୱିକେଣ୍ଡସ ଭଳି ସିନେମାରେ ଅଭିନୟ କରିଛନ୍ତି ରାଧୀକା ବାଙ୍ଗିଆ । ବର୍ତ୍ତମାନ ବ୍ରାବୋ ଭାରତରେ ଅଛନ୍ତି । ନିଜର ହିନ୍ଦୀ ମ୍ୟୁଜିକ ଭିଡିଓରେ ସେ ପ୍ରମୋସନ କରୁଛନ୍ତି । ଗୀତର ଟାଇଟେଲ ଛମିଆ ସଙ୍ଗ ରହିଥିବାବେଳେ ଏଥିରେ ଡ୍ୟାନ୍ସି କୁଇନ ଶକ୍ତି ମୋହନ ଏବଂ ଟିକଟକ କ୍ୱିନ ମଧ୍ୟ ଏକାଠି ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More