Only for Entertainment

ବିମାନରେ ପାଏଲଟ କିଛି ଏଭଳି କଲେ ନିଜ ଶିକ୍ଷକଙ୍କ ସ୍ୱାଗତ, କାନ୍ଦି ପକାଇଲେ ଲୋକେ !

23

କଥା ହେଉଛି ତୁର୍କୀର । ଜଣେ ଶିକ୍ଷକ ବିମାନରେ ଯାତ୍ରା କରୁଥିଲେ । ତୁର୍କିଶ ଏୟାରଲାଇନ୍ସରେ ଯେଉଁ ପାଏଲଟ ସେହି ବିମାନକୁ ନେଇ ଯାଉଥିଲେ, ସେ ସେହି ଶିକ୍ଷକଙ୍କ ପାଖରେ ପାଠ ପଢିଥିଲେ । ପୁଣି ଆଉ କଣ ହେବ… ସେ ସେହି ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ଭାବିଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଶେୟାର ହେବାରେ ଲାଗିଛି । ଏହି ପାଏଲଟ ଘୋଷଣା କିଛି ଘୋଷଣା କରିିଥିଲେ ତାହା ତୁର୍କୀ ଭାଷାରେ ଥିଲା । ଯାହା ଆପଣ ସିନା ବୁଝି ପାରୁନାହାନ୍ତି, ମାତ୍ର ସେହି ପରିସ୍ଥିତିରୁ ଯାହା ଅନୁମାନ ହେଉଛି ଛାତ୍ରର ଘୋଷଣାରୁ ଶିକ୍ଷକ ଭାବ ବିହ୍ୱଳ ହୋଇପଡିଛନ୍ତି ।

ଅସଲରେ କ୍ୟାପଟେନ ଜଣକ କହିଥିଲେ ଯେ , ଆଦରଣୀୟ ଯାତ୍ରୀ ମୁଁ କ୍ୟାପଟେନ କହୁଛି । ଆଜିର ଦିନ ଖୁବ ଖାସ କାରଣ ଆମ ସହ ମୋ ଶିକ୍ଷକ ଅଛନ୍ତି । ଯାହାଙ୍କ କାରଣରୁ ସେ ପାଏଲଟ ହୋଇପାରିଛନ୍ତି । କାରଣ ତାଙ୍କ ଶିକ୍ଷକ ମଧ୍ୟ ଆଗରୁ ଜଣେ ପାଏଲଟ ଥିଲେ । ପାଏଲଟ ଏହିଭଳି ଘୋଷଣା କରି ତାଙ୍କ ଶିକ୍ଷକଙ୍କୁ ସ୍ୱାଗତ କରିଥିଲେ ଏବଂ ଫୁଲ ଦେଇଥିଲେ । ଯେଉଁ କାରଣରୁ ଶିକ୍ଷକ ଜଣକ ଭାବୁକ ହୋଇ କାନ୍ଦି ପକାଇଛନ୍ତି । କେବଳ ଶିକ୍ଷକ ନୁହଁନ୍ତି, ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ କାନ୍ଦି ପକାଇଥିଲେ । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More