Only for Entertainment

ଷ୍ଟ୍ରିଟ ଡାନ୍ସର ୩ଡି’ଫିଲ୍ମରୁ ନୋରା ଫତେହିଙ୍କ ଫାଷ୍ଟ ଲୁକ ଜାରି !

21

ନୋରା ଫତେହି ନିଜ ଡାନ୍ସିଂ ଟ୍ୟାଲେଂଟରୁ ନିଜ ଫ୍ୟାନ୍ସମାନଙ୍କୁ ସବୁବେଳେ ମନୋରଂଜନର ଖୋରାକ ଯୋଗାଇଥାଆନ୍ତି । ଦିଲବର ଗୀତରେ ନିଜର ଜବରଦସ୍ତ ଜଲୱା ଦେଖାଇବା ପରେ ନୋରା ପୁଣିଥରେ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର ୩ଡି’ରେ ଜବରଦସ୍ତ ପରଫର୍ମାନ୍ସ ଦେଉଥିବାର ନଜର ଆସିବେ । ଏହି ଫିଲ୍ମରେ ନୋରା ଫତେହିଙ୍କ ଫାଷ୍ଟ ଲୁକ ରିଲିଜ କରାଯାଇଛି ।

କଳା ଏବଂ ନାଲି ଡ୍ରେସରେ ନୋରା ଏହି ପୋଷ୍ଟରରେ ଖୁବ ହଟ ନଜର ଆସିଛନ୍ତି । ପୋଷ୍ଟର ଶେୟାର କରି ନୋରା ଲେଖିଛନ୍ତି ଯେ ‘ୱକ୍ତ ଆପକେ ବେହତରୀନ ମୁଭ୍ସ କା’ । ସ୍ଟ୍ରିଟ ଡାନ୍ସର ୩ଡି ଟ୍ରେଲର ୧୮ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ ଶ୍ରଦ୍ଧା କପୂର ଏବଂ ପ୍ରଭୁ ଦେବାଙ୍କ ଫାଷ୍ଟ ଲୁକ ଜାରି ହୋଇ ସାରିଛି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ଏବିସିଡି’ ଫ୍ରାଂଚାଇଜର ଏହା ୩ୟ ଫିଲ୍ମ ଅଟେ । ଏହି ସିରିଜର ପ୍ରଥମ ଦୁଇଟି ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ୨୪ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More