Only for Entertainment

ଜୀବନ ବାଜି ଲଗାଇ ଟମ କ୍ରୁଜ କଲେ ଏହି ଫିଲ୍ମ ସୁଟିଂ, ନିଜେ କଲେ ଆଶ୍ଚର୍ଯ୍ୟଜନକ ୩ଟିଷ୍ଟଂଟ ।

amarujala
0 51

ଯେଉଁଭଳି ଆପଣ ଜାଣନ୍ତି ମିଶନ ଇମ୍ପୋସିବଲର ୫ଟି ଫିଲ୍ମରେ ଟମ କ୍ରୁଜ ସମସ୍ତ ଷ୍ଟଂଟ କରିସାରିଛନ୍ତି । ଉଚ୍ଚ କୋଠାରେ ଚଢିବା, ମୋଟର ସାଇକେଲ ଷ୍ଟଂଟ, ଏୟାରପ୍ଲେନରେ ଲଟକିବା, ଫାଇଟ କରିବା ଏହି ସମସ୍ତ । ମାତ୍ର ଏବେ ସେ ସମସ୍ତ ଷ୍ଟଂଟ ଠାରୁ ନିଜର ଆଗାମୀ ଫିଲ୍ମରେ ଆହୁରି ଭୟଙ୍କର ଷ୍ଟଂଟ କରିବାକୁ ଯାଉଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ । ଫିଲ୍ମ ଇମ୍ପୋସିବଲ ଫଲଅ୍ଧମଙ୍କ ସୁଟିଂରେ ସେ ନିଜ ଜୀବନକୁ ବାଜି ଲଗାଇ ଅନେକ ଷ୍ଟଂଟ କରିଛନ୍ତି ।

ହେଲୋ ଜମ୍ପ
ଏହି ଫିଲ୍ମ ସୁଟିଂର ଏକ ଭିଡିଓ ରିଲିଜ କରାଯାଇଛି । ଯେଉଁଥିରେ ସେ ସବୁଠାରୁ ଭୟଙ୍କର ଷ୍ଟଂଟ କରିଛନ୍ତି । ସେହି ଖତରନାକ ଷ୍ଟଂଟର ନାଁ ରହିଛି ହେଲୋ ଜମ୍ପ । ୨୫୦୦୦ଫିଟରୁ ସେ ଡେଇଁଛନ୍ତି ମାତ୍ର ବଡି ଡବଲ ବ୍ୟବହାର କରି ନାହାନ୍ତି । କିନ୍ତୁ ୧୦୦ଥର କଷ୍ଟ କଲାପରେ ଅକ୍ସିଜନର କମ ଥାଇ ମଧ୍ୟ ସେ ସଟ ଦେଇଛନ୍ତି । ଏହି ସିନର ସୁଟିଂ ଅବୁଧାବିରେ କରାଯାଇଛି ।

Over 100 jumps – we got it.

A post shared by Tom Cruise (@tomcruise) on

ହେଲିକପ୍ଟର ସିକ୍ୱେନ୍ସ
ହେଲୋ ଜମ୍ପ ବ୍ୟତୀତ ଟମ୍ ଫିଲ୍ମରେ ନିଜେ ହେଲିକପ୍ଟର ଉଡାଇଛନ୍ତି । ନ୍ୟୁଜଲାଣ୍ଡରେ ଏହି ସୁଟିଂ ପୂର୍ବେ ୫୬ବର୍ଷୀୟ ଟମ କ୍ରୁଜ ଅନେକ ସମୟ ଧରି ଫ୍ଲାଇଂ ଟ୍ରେନିଂ ମଧ୍ୟ ନେଇଥିଲେ । ସୁଟିଂରେ ନା କେବଳ ସେ ହେଲିକପ୍ଟର ଉଡାଇଲେ ବରଂ ପାହାଡ ମଧ୍ୟରେ ଭଲ ଷ୍ଟଂଟ ଦେଖାଇ ସଟ ମଧ୍ୟ ଦେଲେ ।


ହେଲିକପ୍ଟରରେ ଲଟକିବା
ପ୍ଲେନ ଉଡାଇବା ବ୍ୟତୀତ ସେ ସିକ୍ୱେନ୍ସ ସୁଟ ଭଲ ଦେଇଥିଲେ । ଦୌଡି ଯାଇ ରସିରେ ଲଟକି ଥିଲେ । ଏହି ସିନ ଏତେ ଖତରନାକ ଥିଲା ଯେ ଏହି ସିନ କଲାବେଳେ ଏହି ସିନକୁ ଅଧାରୁ ରୋକିବାକୁ ପଡିଥିଲା । ହେଲିକପ୍ଟର ଇଂଜିନ ଫେଲ ହେବା କାରଣରୁ ଦୁର୍ଘଟଣାର ସମ୍ଭାବନା ଥିଲା ।

That impact? No joke. #MissionImpossible

A post shared by Tom Cruise (@tomcruise) on

ଛାତରୁ ଡେଇଁବା
ଏହି ଫିଲ୍ମରେ ସେ ଏକ ଛାତରୁ ଅନ୍ୟକୁ ଛାତକୁ ଡେଇଁଥିଲେ । ଏମିତି ସିନ ତ ଆଗରୁ ଅନେକ କଳାକାର କରିଛନ୍ତି । ମାତ୍ର ୭୦ଫିଟ ଉଚ୍ଚତାରୁ ପବନରେ ଡେଇଁ ୯ମିଟର ଦୁରତା ସ୍ଥିର କରିବା ଭୟଙ୍କରରୁ କିଛି କମ ନୁହେଁ । ଅଭିନେତା ଏହି ସିନ ନିଜେ କରିଥିଲେ ଏବଂ ଏହା ଲଣ୍ଡନରେ ସୁଟିଂ କରାଯାଇଥିଲା ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କିସ୍ଟୋଗ୍ରାଫର ମ୍ୟାକକ୍ୱେରୀ କରିଛନ୍ତି । ଟମ କ୍ରୁଜଙ୍କ ବ୍ୟତୀତ ସାଇମନ ପେଗ, ରେବେକୋ ଫରଗସନ ମଧ୍ୟ ମୁଖ୍ୟ ଭୂମିକା ତୁଲାଇଛନ୍ତି । ଏହି ଫିଲ୍ମ ୨୭ଜୁଲାଇ ୨୦୧୮ରେ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More