Only for Entertainment

କସୌଟି ଜିନ୍ଦଗୀ କି-୨ : ସିରିଏଲ ଅନ ଏୟାର ହେବା ପୂର୍ବରୁ ନଜର ଆସିଲା ଅନୁରାଗ-ପ୍ରେରଣାଙ୍କ ଜବରଦସ୍ତ କେମେଷ୍ଟ୍ରୀ, ଦେଖନ୍ତୁ ଭିଡିଓ…

Zee News
0 37

ଟିଭିର ବହୁ ଚର୍ଚ୍ଚିତ ଶୋ’ କସୈଟି ଜିନ୍ଦଗୀ କିର ନୂଆ ସିଜିନ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏକତା କପୁରଙ୍କ ଏହି ଶୋ’କୁ କଳାକାରଙ୍କ ଠାରୁ ଆରମ୍ଭ କରି ଦର୍ଶକମାନେ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହା ସହିତ ଏକ ଆଇକନିକ ଶୋକୁ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆଣୁଥିବାରୁ ଶୋ’ର କଳାକାର ଏହାକୁ ନେଇ ନର୍ଭସ ମଧ୍ୟ ଅଛନ୍ତି ।

କହିରଖୁଛୁ ଯେ ଶୋ’ରେ ଏରିକା ଫର୍ଣ୍ଣାଡିସ ଏବଂ ପାର୍ଥ ସମଥାନ ମୁଖ ଭୂମିକାରେ ନଜର ଆସିବେ । ପୂର୍ବରୁ ଶୋ’ର ଅନେକ ଭିଡିଓ ସାମ୍ନାକୁ ଆସିଛି ଏବଂ ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।

 

ନିକଟରେ ଅଭିନେତ୍ରୀ ଏରିକା ଏକ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓରେ ଏରିକା ଏବଂ ପାର୍ଥ ‘କସୌଟି ଜିନ୍ଦଗୀ କି’ ର ଟାଇଟଲ ଟ୍ରାକରେ ରୋମାଣ୍ଟିକ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଏରିକା ରେଡ୍ ଗାଉନରେ ନଜର ଆସିଥିବା ବେଳେ ପାର୍ଥଙ୍କୁ ବ୍ଲୁ ସୁଟରେ ଦେଖିବାକୁ ମିଳିଛି । ଭିଡିଓକୁ ଷ୍ଟାର ପରିବାର ଆୱାର୍ଡସ ୨୦୧୮ର ସେଟରେ ସୁଟ କରାଯାଇଛି ।

 

 

View this post on Instagram

 

BTS . #kasautiizindagiikay @the_parthsamthaan @shubhaavi

A post shared by ERICA JENNIFER FERNANDES (@iam_ejf) on

ଏହି ଭିଡିଓକୁ ସେୟାର କରି ଏରିକା କ୍ୟାପସନ ଦେଇଥିଲେ, ଆପଣଙ୍କ ପାଇଁ କିଛି ସ୍ପେଶାଲ କରିବା ପାଇଁ ଆମର ଛୋଟ ପ୍ରୟାସ । ଏହା ବ୍ୟତିତ ଏରିକା ଏକ ଫଟୋ ମଧ୍ୟ ଇଂଷ୍ଟାଗ୍ରାମରେ ସେୟାର କରିଥିଲେ । ଫଟୋରେ ଏରିକା, ପାର୍ଥ ଏବଂ ଶୁଭାବୀ ଚୌକସି ଏକା ସହିତ ନଜର ଆସିଥିଲେ । କହିରଖୁଛି ଯେ ଶୋ’କୁ ଆପଣ ଷ୍ଟାରପ୍ଲସ ରେ ରାତି ୮ଟାରେ ଏବଂ ହଟଷ୍ଟାର ଆପରେ ମଧ୍ୟ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More