Only for Entertainment

ଘରେ ରଖିଥିବା ପାଚିଲା କଦଳୀ ଖୁବଶୀଘ୍ର ନଷ୍ଟ ହୋଇଯାଉଥିଲେ କ’ଣ କରିବେ?

india today
72

ରୋଷେଇ ଘରର ଟିପ୍ସ ଆମ ପାଇଁ ଖୁବ ଦରକାର । କାରଣ ଛୋଟ ଛୋଟ ଘରୋଇ ଟିପ୍ସ ଦ୍ୱାରା ରୋଷେଇ ଘରର କଠିନ କାମ ସବୁ ସହଜରେ ସମାଧାନ ହୋଇଯାଏ । ଯଦିଓ ଏହି ସବୁ କଥା ମୁଣ୍ଡ ବ୍ୟଥାର କାରଣ ନୁହେଁ ତଥାପି ବେଳେ ବେଳେ ଚିନ୍ତା ବଢାଇବାରେ ମୁଖ୍ୟ କାରକ ସାଜିଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ କଥା ହେଉଛି କଦଳୀ ଖୁବଶୀଘ୍ର ନଷ୍ଟ ହୋଇଯିବ ।

ଆଜ୍ଞା ହଁ ଆପଣ ଯେତେବେଳେ ପାଚିଲା କଦଳୀ ଘରକୁ କିଣି ଆଣନ୍ତି ତାହାକୁ ଅଧିକ ଦିନ ରଖି ପାରନ୍ତି ନାହିଁ । କାରଣ ଆପଣ ଭଲ ଭାବରେ ଜାଣନ୍ତିଯେ ଯଦି ଆପଣ ଏହାକୁ ଅଧିକ ରଖିବେ ଏହା କଳା ପଡ଼ି ନଷ୍ଟ ହୋଇଯିବ ଏବଂ ଅତ୍ୟଧିକ ପାଚିଯିବ, ଯାହା ଖାଇବା ଯୋଗ୍ୟ ରହିବ ନାହିଁ । ତେଣୁ ଅଧିକ ଦିନ ଏହାକୁ ଷ୍ଟୋର କରି ରଖିବାକୁ ଚାହୁଁଥିଲେ ମଧ୍ୟ ଆପଣ ରଖିପାରନ୍ତି ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଏକ ସରଳ ଉପାୟ ଶିଖାଇବୁ ଯାହା ଦ୍ୱାରା ଆପଣ ପାଚିଲା କଦଳୀ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ସେଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ ଆସନ୍ତୁ ଆଲୋଚନା କରିବା ।

ଏହା ଖୁବ ସହଜ ଉପାୟ । ପ୍ରଥମେ ଆଲୁମିନିୟମ ବା ଫୋଏଲ ପେପରକୁ କଦଳୀର ପଛଭାଗ ବା ମୁଣ୍ଡିରେ ଗୁଡ଼ାଇ ରଖନ୍ତୁ । ଏଭଳି କରିବା ଦ୍ୱାରା କଦଳୀକୁ ଆପଣ ଅଧିକ ଦିନ ପର୍ଯ୍ୟନ୍ତ ରଖି ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More