Only for Entertainment

ରିଲିଜ ହେଲା ‘ସଂଜୁ’ର ଆଉ ଏକ ନୂଆ ଗୀତ ‘କର ହର ମୈଦାନ ଫତହ’ ।

zee news
0 29

ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ଦ୍ୱିତୀୟ ଗୀତକୁ ଆଜି ରିଲିଜ କରାଯାଇଛି । ଟି-ସିରିଜର ଅଫିସିଆଲ ୟୁ-ଟ୍ୟୁବ ଚ୍ୟାନେଲରେ ଏହି ଗୀତକୁ ଅପଲୋଡ କରାଯାଇଛି । ଗୀତରେ ସଂଜୟ ଦତ୍ତଙ୍କ ସ୍ମଗଲିଙ୍ଗ ଷ୍ଟେଜକୁ ଦର୍ଶାଯାଇଛି । ନିଶାରୁ ମୁକ୍ତି ପାଇବା ପାଇଁ ସଂଜୟ କପରି ଚେଷ୍ଟା କରିଛନ୍ତି ତାହାକୁ ଗୀତରେ ଦେଖିବାକୁ ମିଳିଛି । ଏହା ସହିତ ବିଦେଶରେ ଭିକ ମାଗିବା ଏବ ନିଶାମୁକ୍ତ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦୃଶ୍ୟ ମଧ୍ୟ ଗୀତରେ ସାମିଲ ରହିଛି । କେବଳ ଏତିକି ନୁହେଁ ଏହି ସମୟରେ ତାଙ୍କର ପରିବାର କିପରି ତାଙ୍କୁ ସାହାରା ଦେଇଥିଲେ ତାହା ମଧ୍ୟ ଦେଖିବାକୁ ମିଳିଛି ।

ଫିଲ୍ମର ଏହି ଗୀତରେ ସୁଖୱିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲଙ୍କ ମ୍ୟାଜିକାଲ ଭଏସ ଶୁଣିବାକୁ ମିଳିଛି । ଯାହା ଗୀତକୁ ଆଦୁରି ମଧ୍ୟ ଆକର୍ଷଣୀୟ କରିଛି । ଗୀତରେ ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ରଣବୀରଙ୍କ ଅଭିନୟ ମଧ୍ୟ ଲୋକଙ୍କ ହୃଦୟ ଜିତି ପାରିଛି । ରାଜ କୁମାର ହିରାମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୯ ଜୁନକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More