Only for Entertainment

‘ଲାଲ କପ୍ତାନ’ଟ୍ରେଲରରେ ଭୟଙ୍କର ଲୁକରେ ନଜର ଆସିଲେ ସୈଫ ଅଲୀ ଖାନ !

46

କିଛି ଦିନ ପୂର୍ବେ ସୈଫ ଅଲୀ ଖାନଙ୍କ ଫିଲ୍ମ ‘ଲାଲ କପ୍ତାନ’ଚର୍ଚ୍ଚାରେ ରହିଥିଲା , ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଚାହିଁ ରହିଛନ୍ତି । ଏବେ ଏହାର ଟ୍ରେଲରର ପ୍ରଥମ ପାର୍ଟ ରିଲିଜ ହୋଇଛି । ଏହି ଫିଲ୍ମରେ ସୈଫ ଅଲୀ ଖାନ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି । ଏହାର ପ୍ରଥମ ପାର୍ଟ ଏତେ ଭଲ ହୋଇଛି ଯେ ଏବେ ଠାରୁ ଦର୍ଶକ ଏହି ଟ୍ରେଲରର ଦ୍ୱିତୀୟ ପାର୍ଟକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଟ୍ରେଲରର ଏହି ପାର୍ଟକୁ ‘ଦ ହଂଟ’ ନା’ ଦିଆଯାଇଛି । ଫିଲ୍ମରେ ସୈଫ ଅଲୀ ଖାନ ନାଗା ସାଧୁଙ୍କ ଭୂମିକାରେ ନଜର ଆସିଛନ୍ତି ଏବଂ କୃରତାର ସହ ଲୋକଙ୍କ ହତ୍ୟା କରୁଥିବାର ନଜର ଆସିଛନ୍ତି । ବ୍ୟାକଗ୍ରାଉଣ୍ଡରେ ଆପଣଙ୍କୁ ସୋନାକ୍ଷୀ ଏବଂ ସୈଫଙ୍କ ନାରାସନ ଶୁଣିବାକୁ ମିଳିଛି ।


ଏହି ଫିଲ୍ମକୁ ତୁମ୍ବାଡ ଏବଂ ରଂଝନା ଭଳି ଫିଲ୍ମ ମେକର୍ସ ବନାଇଛନ୍ତି ଏବଂ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ‘ଏନଏଚ୧୦’ଫେମ ନିର୍ଦ୍ଦେଶକ ନବଦୀପ ସିଂ ।ଏହି ଫିଲ୍ମ ୧୦ଅକ୍ଟୋବରରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More