Only for Entertainment

ସଲମାନ ଜିମରେ ବେଂଚ ପ୍ରେସ କରୁଥିବାର ଆସିଲେ ନଜର ଭିଡିଓ ଭାଇରାଲ !

47

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ନିଜ ବ୍ୟସ୍ତ ସିଡ୍ୟୁଲରେ ମଧ୍ୟ ସଲମାନ ପ୍ରତିଦିନ ଏକ୍ସରସାଇଜ କରିବା ଭୁଲନ୍ତି ନାହିଁ । ଏହିଭଳି ତାଙ୍କର ଏକ ଜିମ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସଲମାନ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଅସଲରେ ଏହି ଭିଡିଓ ଏକ ଫିଟନେସ ଇଭେଂଟର ଅଟେ, ଯାହା ମୁମ୍ବାଇରେ ଆୟୋଜନ କରାଯାଇଥିଲା । ସଲମାନ ଏଠାରେ ବେଂଚ ପ୍ରେସ କରୁଥିବାର ନଜର ଆସିଥିଲେ । ଏହି ଭିଡିଓ ଶେୟାର କରି ସେ ଲେଖିଛନ୍ତି – ଯେ ସବୁବେଳେ କରୁଛ ତ କର କିନ୍ତୁ ବିନା ଟ୍ରେନରରେ ଟ୍ରାଏ କରନାହିଁ । ସଳମାନଙ୍କ ଏହି ଭିଡିଓ ଦେଖି ଆପଣ ମଧ୍ୟ ପ୍ରେରିତ ହୋଇଯିବେ ।


ଏଠାରେ ଆମେ କହି ରଖୁଛୁ ନିଜ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ କ୍ୟାଟ୍ରିନା କୈଫ । ସଲମାନଙ୍କ ଭାରତରେ ନଜର ଆସିବେ ଦୀଶା ପଟାନୀ, ତବୁ, ସୁନୀଲ ଗ୍ରୋବର ଏବଂ ଜ୍ୟାକି ଶ୍ରଫ । ଏହି ଫିଲ୍ମ ଆଗାମୀ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More