ତନୁଶ୍ରୀ ଦତ୍ତଏବଂ ନାନା ପାଟେକରଙ୍କ ବିବାଦ ପରେ ପୁରା ଦେଶରେ ଏବେ ମି ଠୁ କ୍ୟାମ୍ପେନ ଜୋରସୋରରେ ଚାଲିଛି । ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ମିଡିଆ ଏବଂ ଅନ୍ୟ ପେଶାରେ ଥିବା ମହିଳାମାନେ ନିଜ ଉପରେ ହୋଇଥିବା ଯୌନ ଶୋଷଣ ଏବଂ ତାହା ସହ ଜଡିତ ଆରୋପୀ ମାନଙ୍କ ନାମ ସୋସିଆଲ ମିଡିଆରେ ସାମ୍ନାକୁ ଆଣୁଛନ୍ତି । ଇତି ମଧ୍ୟରେ ସଲମାନ ଖାନଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଲମାନ ଖାନ ନିଜର ଏକ୍ସ ଗର୍ଲଫ୍ରେଣ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ପିଟିବା ଉପରେ ଜବାବ ଦେଉଥିବା ଦେଖିବାକୁ ମିଳିଛି ।
ଭିଡିଓରେ ଏକ ମହିଳା ପତ୍ରକାର ସଲମାନ ଖାନଙ୍କୁ ଐଶ୍ୱର୍ଯ୍ୟାଙ୍କ ଆରୋପ ବିଷୟରେ ପଚାରିଥାନ୍ତି କ’ଣ ଆପଣ କେବେ କୌଣସି ମହିଳାଙ୍କୁ ମାରିଛନ୍ତି ? ଏହାର ଉତ୍ତରରେ ସଲମାନ କୁହନ୍ତି, କିଠି ସମୟ ପୂର୍ବରୁ ଏହି ପ୍ରଶ୍ନ ମୋତେ ପ୍ରଭୂ ଚାୱଲା ପଚାରିଥିଲେ । ସେହି ସମୟରେ ମୁଁ ଗୋଟିଏ ଟେବୁଲ ଉପରେ ହାତକୁ ଜୋରରେ ପିଟିଥିଲି ଏବଂ ସେ ଟେବୁଲ ଭାଙ୍ଗି ଯାଇଥିଲା । ଏହା କହିବାର କରାଣ ଯଦି ମୁଁ କାହାକୁ ପିଟି ଥାନ୍ତି ତେବେ ସେ ବଞ୍ଚିପାରିନଥାନ୍ତା ।
Watch Salman Khan’s ridiculous answer when a journo asked if he had hit Aishwarya Rai pic.twitter.com/BFAbfKIFKS
— Od (@odshek) May 25, 2017
କହିରଖୁଛି ଯେ, ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ହମ ଦିଲ ଦେ ଚୁକେ ସନମ ପର ଠାରୁ ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରର ନିକଟତର ହୋଇଥିଲେ । କିନ୍ତୁ ଏହି ସମ୍ପର୍କ ୩ ବର୍ଷ ପରେ ଭାଙ୍ଗିଗଲା । ସମ୍ପର୍କ ଭାଙ୍ଗିବାର କାରଣ ଐଶ୍ୱର୍ଯ୍ୟାଙ୍କୁ ପଚରାଯିବାରୁ ସେ କହିଥିଲେ ସଲମାନଙ୍କ ଆକ୍ରାମକ ସ୍ୱଭାବ ଏହାର ମୁଖ୍ୟ କାରଣ । ସଲମାନ ତାଙ୍କ ସହିତ ହିଂସାତ୍ମକ ବ୍ୟବହାର କରୁଥିଲେ ଏବଂ ତାଙ୍କୁ ମାରପିଟ କରିଥିଲେ ବୋଲି ଐଶ୍ୱର୍ଯ୍ୟା କହିଥିଲେ ।