କଇଁଛକୁ ବିପଦରୁ ରକ୍ଷା କରି ହାତୀ ଜିତିଲା ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ ଭିଡିଓ !
ଇଂଟରନେଟ ଦୁନିଆରେ ମଣିଷତ୍ୱ ଭରା ଅନେକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଏକ ହାତୀର ଅଟେ, ଯିଏ ଏକ କୁନି କଇଁଛ କୁ ରାସ୍ତାରୁ ହଟାଇ ଅନ୍ୟ ପଟେ ରଖି ଦେଉଛି କାରଣ ତାକୁ ସୁରକ୍ଷିତ ରଖିବାକୁ ଚାହୁଁଛି ।
ଏହି ଭିଡିଓ ପ୍ରବିନ କାସବାନ ୪ନଭେମ୍ବରରେ ଶେୟାର କରାଯାଇଥିଲା । ସେ କ୍ୟାପଶନ ଦେଇ ଲେଖିଛନ୍ତି ଏହି ହାତୀ ଆମକୁ ରାସ୍ତାରେ ଚାଲିବା ପ୍ରଥମ ଅଧିକାର ଜୀବଜନ୍ତୁଙ୍କର ବୋଲି ଶିକ୍ଷା ଦେଉଛି । ମଣିଷଙ୍କୁ ଏହା ବୁଝିବା ଆବଶ୍ୟକ । ଦେଖନ୍ତୁ କିଭଳି ଏହି ହାତୀ ଅଟକି ଯାଇ ମଝି ରାସ୍ତାରେ କବଁଛକୁ ହଟାଉଛି ଏବଂ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି ।
This #elephant calf is teaching a lesson: #Animals have first right of the way. Opposite to the person who behaved yesterday on road while staff blocked road to give way to a Jumbo.
An elephant stops to get a turtle off the road. Forwarded by a friend. pic.twitter.com/1RZVRHJaM3
— Parveen Kaswan, IFS (@ParveenKaswan) November 4, 2019
କାସବାନ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓକୁ ଖବର ଲେଖିବା ପର୍ଯ୍ୟନ୍ତ ୯,୬୭୮ଭ୍ୟୁ, ୩୯୧ରି-ଟ୍ୱିଟ ଏବଂ ୧,୩୮୫ଲାଇକ ମିଳି ସାରିଛି ।