Only for Entertainment

କାଉ ୧୨ଘଂଟା କଲା ବିଜନେସ କ୍ଲାସରେ ଯାତ୍ରା , ପହଂଚିଲା ଲଣ୍ଡନରେ !

47

ସମସ୍ତଙ୍କ ଆଶା ଥାଏ ବିମାନର ବିଜନେଓ କ୍ଲାସରେ ଯାତ୍ରା କରିବାକୁ, ମାତ୍ର ଏହା ଖୁବ ମହଙ୍ଗା ଥିବାରୁ କିଛି ଜଣଙ୍କ ଆଶା ଆଶାରେ ରହିଯାଏ । କିନ୍ତୁ ଏଠାରେ ଏକ କାଉ ଅଜବ କାରନାମା ଦେଖାଇଛି । ସିଙ୍ଗାପୁରରୁ ଲଣ୍ଡନ ପହଂଚିଯାଇଛି , ପୁଣି ବିଜନେସ କ୍ଲାସରେ । କେବଳ ସେତିକି ନୁହେଁ ସେ ପୁଣି ମାଗଣାରେ ।

ଅସଲରେ ସିଙ୍ଗାପୁର ଏୟାରଲାଇନ୍ସର ବିମାନ SQ322 ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ଯାଉଥିଲା । ଏହି ଫ୍ଲାଇଟର ବିଜନେଓ କ୍ଲାସରେ ଏକ କାଉ ପଶି ଯାଇଥିଲା ଯାହା କେହି ଜାଣି ପାରିନଥିଲେ । ୧୨ଘଂଟା ପରେ ଜଣା ପଡିଥିଲା ଯେ କାଉ ଏହି ଫ୍ଲାଇଟରେ ଅଛି । ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କାଉ ଲଣ୍ଡନରେ ପହଂଚି ଯାଇଛି ସେ ବି ବିନା ଭିସା, ପାସପୋର୍ଟ ଏବଂ ଟିକେଟରେ । ଲଣ୍ଡନ ଆନିମଲ ଅଥୋରିଟି ଏହି କାଉକୁ ନିଜ କବ୍ଚା କରି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More