Only for Entertainment

ଫୋନରେ କଥା ହେଉଥିବା ବେଳେ ଏତେ ବ୍ୟସ୍ତ ଯେ ଅଟୋରେ ଭୂଲିଗଲେ ନିଜ ଛୁଆକୁ, ଦେଖନ୍ତୁ !

1,487

ଟ୍ୱିଟରରେ ଶୁକ୍ରବାର ଏକ ନିଆରା ଭିଡିଓ ଭାଇରାଲ ହେବାରେ ଲାଗିଛି । ୨୫ସେକେଣ୍ଡର ଏହି ଭିଡିଓରେ କିଛି ଏଭଳି ହୋଇଛି , ଯାହାକୁ ଦେଖି ଆପଣଙ୍କ ଶରୀରରେ ଶିହରଣ ଖେଳିଯିବ । ଶୁକ୍ରବାର ୩ଟା ବେଳେ ଏହି ଭିଡିଓ ଶେୟାର କରାଯାଇଥିଲା, ଯାହାକୁ ୧ଘଂଟାରେ ୧୦ହଜାରରୁ ଅଧିକ ଲୋକ ଦେଖିସାରିଥିଲେ ।

ଭିଡିଓରେ ଜଣେ ମହିଳା ଫୋନରେ କଥା ହୋଇ ଚାଲି ଚାଲି ଯାଉଥିବାର ନଜର ଆସିଛନ୍ତି । ମାତ୍ର ପଛରୁ କେହି ଜଣେ ବ୍ୟକ୍ତି ତାଙ୍କୁ ଡାକୁଥିବା ଦେଖିବାକୁ ମିଳିଛି । ସେହି ବ୍ୟକ୍ତି ଜଣକ ଖୁବ ଜୋର ଚିତ୍କାର କରି ମହିଳା ଜଣଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଛନ୍ତି । ବ୍ୟକ୍ତି ଜଣକ ପଛପଟୁ ଗୋଟିଏ ଛୁଆକୁ କାଖେଇ ମହିଳାଙ୍କୁ ଡାକିଛନ୍ତି ସେ ଆସିବା ମାତ୍ରେ ତାଙ୍କୁ ପଚାରିଲେ ଏ ଛୁଆ ଆପଣଙ୍କର ? ମହିଳା ଜଣକ ଛୁଆକୁ କୋଳକୁ ଯାକି ନେଇ କହିଲେ ହଁ ଏ ମୋ ଛୁଆ । ଆଖପାଖରେ ଅନେକ ଲୋକ ଭିଡ ଜମାଇ ଛିଡା ହୋଇଥିଲେ ।

ଏହି ଭିଡିଓକୁ  @Amit_smiling ନାମକ ୟୁଜର ଶେୟାର କରିଛନ୍ତି । ଭିଡିଓ ଶେୟାର କରି ସେ ଲେଖିଛନ୍ତି ଅନେକ ସମୟରେ ଲୋକମାନେ ଅଟୋରେ ଛତା କି ପାଣି ବୋତଲ ଭୂଲି ଯାଆନ୍ତି , କିନ୍ତୁ ଏହି ମହିଳା ଜଣକ ଫୋନରେ ଏତେ ବ୍ୟସ୍ତ ଯେ ସେ ନିଜ ଛୁଆକୁ ଅଟୋରେ ଭୂଲି ଯାଇଛନ୍ତି । ଏହି ଭିଡିଓ କେଉଁ ସ୍ଥାନର ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ଭିଡିଓଟି ସତ୍ୟ କି କୌଣସି ଫିଲ୍ମ କି ବିଜ୍ଞାପନ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏହାକୁ ଦେଖି ଲୋକମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More