Only for Entertainment

କାହିଁକି ତରଭୁଜ ଖାଇବା ଉଚିତ ।

53

ଖରାଦିନ ଆସିବା ମାତ୍ରେ ଥଣ୍ଡା ଖାଦ୍ୟ ଖାଇବାକୁ ଭଲ ଲାଗେ । ଘୋଳଦହି ଠାରୁ ଆରମ୍ଭ କରି ପଇଡ଼ ପାଣି ପର୍ଯ୍ୟନ୍ତ ଥଣ୍ଡା ଖାଦ୍ୟ, ସେହି ମଧ୍ୟରେ ସାମିଲ ଥାଏ କିଛି ସୁଆଦିଆ ଫଳ । ଯାହା ପାଟିକୁ ସୁଆଦିଆ ଏବଂ ପେଟ ପାଇଁ ମଧ୍ୟ ଆରାମ ଦାୟକ । ସେହିଭଳି ଏକ ଫଳ ହେଉଛି । ତରଭୁଜ । ତରଭୁଜ କେବଳ ପେଟକୁ ଥଣ୍ଡା ଏବଂ ପାଟିକୁ ସୁଆଦିଆ ଲାଗେନାହିଁ ବରଂ ଏହାର ଅନ୍ୟ କେତେକ ଉପକାରୀ ଗୁଣ ମଧ୍ୟ ରହିଛି । ଯାହାକୁ ଆପଣ ମଧ୍ୟ ଜାଣିବା ଉଚିତ ।

ହା ଶରୀରରେ ରକ୍ତଚାପର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଯଦି ରକ୍ତଚାପ ସମସ୍ୟା ରହିଥାଏ ତେବେ ଆପଣ ତରଭୁଜ ଖାଇପାରିବୋ ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ରହିଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରଣ କରେ।

ଏଥିରେ ଲାଇକୋପିନ୍ ନାମକ ଏକପ୍ରକାର ଉପାଦାନ ରହିଛି ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ।

ତରଭୁଜରେ କ୍ୟାଲୋରୀର ପରିମାଣ ଖୁବ୍ କମ୍ ରହୁଥିବାରୁ ଓଜନ କମାଇବାକୁ ଚାହୁଁଥିବା ଲୋକମାନେ ଏହାକୁ ଡାଏଟରେ ସାମିଲ କରିପାରିବେ।

ତରଭୁଜରେ ୯୨ ପ୍ରତିଶତ ପାଣି ଓ ମାତ୍ର ୮ ପ୍ରତିଶତ ସୁଗାର ବା ଶର୍କରା ଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ଖାଇଲେ କିଛି ଅସୁବିଧା ହୋଇନଥାଏ।

ଏହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ। ଏହା ମଧ୍ୟ ଭିଟାମିନ୍ ଏ, ସି, ବି ୬ର ପ୍ରମୁଖ ଉତ୍ସ।

ଏଥିରେ ପ୍ରଚୁର ପରିମାଣରେ ବିଟା କାରୋଟିନ୍ ଥାଏ ଯାହାକି ହୃଦରୋଗର ଆଶଙ୍କାକୁ କମାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More