Only for Entertainment

ମାଡାମ୍ ତୁସାଦ୍ ମ୍ୟୁଜିଅମରେ ସ୍ଥାନ ପାଇଲା କାଜୋଲଙ୍କ ମହମ ମୁର୍ତ୍ତି, ଉଦଘାଟନ ଉତ୍ସବରେ ଝିଅ ନ୍ୟାସା ସହିତ ଆସିଲେ ନଜର

Koimoi
0 53

ଅନ୍ୟ ବଲିଉଡ କଳାକାରଙ୍କ ପରି ସିଙ୍ଗାପୁରରେ ଥିବା ମାଡାମ୍ ତୁସାଦ୍ ମ୍ୟୁଜିଅମରେ ସ୍ଥାନ ପାଇଛି ବଲିଉଡ୍ ଅଭିନେତ୍ରୀ କାଜୋଲଙ୍କ ମହମ ପୁତଳିକା । ଯାହାର ଉଦଘାଟନ ପାଇଁ ଝିଅ ନ୍ୟାସାଙ୍କ ସହ ସିଙ୍ଗାପୁର ପହଁଚିଥିଲେ ଅଭିନେତ୍ରୀ କାଜୋଲ୍ । ନିଜର ଏହି ମହମ ଷ୍ଟାଚୁ ସହ ଅନେକ ଫଟୋ ମଧ୍ୟ ଉଠାଇଛନ୍ତି କାଜୋଲ୍ । ଏହାଛଡା ନିଜ ଷ୍ଟାଚୁ ସହ ସେଲ୍ଫି ନେବାର ଏକ ଫଟୋକୁ ନିଜ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଅଭିନେତ୍ରୀ କାଜୋଲ୍ ।

kajol

କାଜୋଲ ଫଟୋ ସେୟାର କରିବା ପରେ ପତି ଅଜୟ ଦେବଗନ ମଧ୍ୟ ଫଟୋରେ କମେଣ୍ଟ କରିବାକୁ ଭୁଲିନଥିଲେ । ଏହା ସହିତ ଅଜୟ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ମହମ ପୁତଳିକା ସହିତ କଜୋଲ ଏବଂ ଝିଅ ନ୍ୟାସା ମଧ୍ୟ ନଜର ଆସିଛନ୍ତି । ଏହା ସହିତ ନ୍ୟାସା ନିଜ ପ୍ରିତିକ୍ରିୟା ମଧ୍ୟ ଦେଇଛନ୍ତି ।


କାଜୋଲ ଏବେ ନିଜ ଆଗାମୀ ଫିଲ୍ମ ‘ଈଲା’ର ସୁଟିଂକୁ ନେଇ ଅଛନ୍ତି ବ୍ୟସ୍ତ । ଫିଲ୍ମଟି ଡିସେମ୍ବର ୧୪ ତାରିଖରେ ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More