Only for Entertainment

‘ଆଭେଂଜର୍ସ୪’ରେ ଆଇରନ ମ୍ୟାନଙ୍କ ଏହି ହତିଆର ଥିନୋସଙ୍କୁ କରିବ ହତ୍ୟା, ସୋସିଆଲ ମିଡିଆରେ ଭାଇରାଲ ଫଟୋ !

60

ମାର୍ବଲ ଷ୍ଟୁଡିଓରେ ଚର୍ଚ୍ଚିତ ଫିଲ୍ମ ସିରିଜ ‘ଆଭେଂଜର୍ସ’ ସିନେପ୍ରେମୀ ମାନଙ୍କ ପସନ୍ଦିତା ହଲିଉଡ ଫିଲ୍ମ ମଧ୍ୟରୁ ଗୋଟିଏ । ଏହି ଫି୍ମରେ ଏବେ ପର୍ଯ୍ୟନ୍ତ ଯେତୋଟି ସିକ୍ୱେଲ ଆସିଛି ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ବିଗତ ଦିନରେ ରିଲିଜ ହୋଇଥିବା ‘ଆଭେଂଜର୍ସ ଇନଫିନିଟି ୱାର’ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଥିଲା ଯେ ଏହା ସବୁଠାରୁ ଅଧିକ ଆୟ କରିଥିବା ହଲିଉଡ ଫିଲ୍ମରୁ ଗୋଟେ ଫିଲ୍ମ ହୋଇଯାଇଛି ।

ସେହିଭଳି ଅନ୍ୟପଟେ ‘ଆଭେଂଜର୍ସ ଇନଫିନିଟି ୱାର’ ର ଆଗାମୀ ସିକ୍ୱେଲ ପାଇଁ ଦର୍ଶକ ଖୁବ ଉତ୍ସାହିତ । ଏହି ସିକ୍ୱେଲରେ ସମସ୍ତେ କେବଳ ଏହା ଭାବୁଛନ୍ତି ଯେ ଫିଲ୍ମ ର ଭିଲେନ ଥାନୋସକୁ ସବୁ ଆଭେଂଜର୍ସ କିଭଳି ଆକ୍ରମଣ କରିବେ । ଅନ୍ୟପଟେ ଫିଲ୍ମରେ ଥୋନାସଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି । ଏହାମଧ୍ୟରେ ଥୋନାସ ମୃତ୍ୟୁକୁ ନେଇ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି ।

ଅସଲରେ ସୋସିଆଲ ମିଡିଆରେଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଆଉ କାହାର ନୁହେଁ ବରଂ ଆଭେଂଜର୍ସ୪ ସୁପରହିରୋ ଆଇରନ ମ୍ୟାନଙ୍କ ହତିଆର ଅଟେ । ମିଡିଆରେ ରିପୋର୍ଟ ମୁତାବକ ପ୍ରୋଟନ ତୋପ ଭଳି ହତିଆର ଭିଡିଓ ଗେମ ସିରିଜ ‘ମାର୍ବଲ ଠଝ କ୍ୟାପାନ’ରେ ଦେଖିବାକୁ ମିଳିଥିଲା । ତେବେ ଅନୁମାନ ଲଗାଯାଉଛି ଯେ ଏହି ହତିଆରରେ ଥାନୋସକୁ ମରାଯାଇପାରେ । ସୂଚନା ମୁତାବକ ଏହି ଫିଲ୍ମ ଆସନ୍ତା ବର୍ଷ ଜୁନ -ଜୁଲାଇ ଆଡକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More