Only for Entertainment

ଆଙ୍ଗୁଠିରେ ପିନ୍ଧୁଛନ୍ତି ରୂପା ମୁଦି, ଦୂର ହେବ ଅନେକ ସମସ୍ୟା !

aboutislam.net
0 80

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁପା ନଅ ଗ୍ରହ ମଧ୍ୟରୁ ଶୁକ୍ର ଓ ରବିଗ୍ରହ ସହ ଜଡ଼ିତ ଧାତୁ। ରୁପା ଧାତୁ ଭଗବାନ ଶିବଙ୍କ ଆଖିରୁ ଉତ୍ପନ ହୋଇଛି ବୋଲି ବିଶ୍ୱାସ ରହିଛି। ରୁପା ଧାରଣ କଲେ ଘରେ ଓ ସମାଜରେ ସମ୍ମାନ ମିଳିଥାଏ। ରୁପା ଆଭୂଷଣ ସୌନ୍ଦର୍ଯ୍ୟ ବଢାଇବା ସହ ସୁଖ ସମୃଦ୍ଧିର କାରକ ମଧ୍ୟ ହୋଇଥାଏ। ଏହାଛଡା ରୁପାର କିଛି ଜିନିଷ ଧାରଣ କରିବା ଶରୀରକୁ ଅନେକ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ରୁପା ମୁଦି ପିନ୍ଧିବାର ବିଧି ଏବଂ ଏଥିରୁ ମିଳୁଥିବା ଲାଭ  ସଂପର୍କରେ।

ରୁପାମୁଦି ଧାରଣ କରିବା ବିଧି

ରୁପା ମୁଦିକୁ କୌଣସି ଏକ ଗୁରୁବାର ଦିନ ରାତିରେ  ପାଣିରେ ରଖି ଦିଅନ୍ତୁ। ତା’ପର ଦିନ ସକାଳେ ଭଗବାନ ବିଷ୍ଣୁଙ୍କ ଫଟୋ ତଳେ ମୁଦିଟିକୁ ରଖନ୍ତୁ। ମୁଦିକୁ ଭଗବାନଙ୍କୁ ସ୍ମରଣ କରି କାଣି ଆଙ୍ଗୁଠିରେ ପିନ୍ଧନ୍ତୁ।

 ରୁପା ମୁଦି ପିନ୍ଧିବା ଦ୍ୱାରା ମିଳୁଥିବା ଲାଭ
  • ଡାହାଣ ହାତର କାଣି ଆଙ୍ଗୁଠିରେ ରୁପା ମୁଦି ପିନ୍ଧିବା ଦ୍ୱାରା ଶୁକ୍ର ଗ୍ରହ ଓ ରବି ଗ୍ରହ ଶୁଭ ଫଳ ଦେଇଥାନ୍ତି।
  • ରୁପା ମୁଦି ପିନ୍ଧିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଢେ। ମୁହଁରେ ଥିବା ଦାଗ ଦୂର ହୁଏ । ମୁହଁର ଚମକ ବଢିଯାଏ।
  • ରୁପା ମୁଦି କାଣି ଆଙ୍ଗୁଠିରେ ପିନ୍ଧିବା ଦ୍ୱାରା ମୁଣ୍ଡ ଥଣ୍ଡା ରହେ। ରାଗକୁ ନିୟନ୍ତ୍ରଣକୁ ଆସେ।
  • ଜାତକରେ ରବି ଗ୍ରହ ଖରାପରେ ଥିଲେ ବ୍ୟକ୍ତିର ମାନସିକ କ୍ଷମତା କମ୍‌ ହୋଇଯାଏ। ରୁପା ମୁଦି ଧାରଣ କଲ ମାନସିକ କ୍ଷମତା ବୃଦ୍ଧି ପାଏ।
  • କଫ, ଆର୍ଥ୍ରାଇଟିସ, ହାଡ ଗଣ୍ଠି ସହ ଜଡିତ ସମସ୍ୟା ଥିଲେ ରୁପା ମୁଦି ପିନ୍ଧିବା ଦ୍ୱାରା ଫାଇଦା ମିଳିଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More