Only for Entertainment

‘ସେକ୍ରେଡ ଗେମ୍ସ’କୁ ପଛରେ ପକାଇ ଟିଭିଏଫର ବ୍ଲାକ ଆଣ୍ଡ ହ୍ୱାଇଟ ସିରିଜ ପାଲଟିଛି ୨୦୧୯ର ଟପ୍ ଇଣ୍ଡିଆନ ୱେବ ସିରିଜ ।

28

କୋଟାରେ ଇଂଜିନିୟରିଂ ପାଇଁ ପ୍ରସ୍ତୁତି କରୁଥିବା ବିଦ୍ୟାର୍ଥୀଙ୍କ ଉପରେ ଆଧାରିତ ୱେବସିରିଜ ‘କୋଟା ଫ୍ୟାକ୍ଟ୍ରି’ ଚଳିତ ବର୍ଷ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥିଲା । ‘କୋଟା ଫ୍ୟାକ୍ଟ୍ରି’ ଚଳିତ ବର୍ଷର ଭାରତୀୟ ୱେବ ସିରିଜ ଶୀର୍ଷକରେ ରହିଥିବା ଜଣାପଡିଛି । ଆଇଏମଡିବି ଗୁରୁବାର ଏକ ସୂଚୀ ଜାରି କରିଥିଲା, ଯେଉଁଥିରେ ଚଳିତ ବର୍ଷର ଦଶଟି ସର୍ବଶ୍ରେଷ୍ଠ ଭାରତୀୟ ୱେବ ସିରିଜ ସାମିଲ କରାଯାଇଥିଲା । ଏହାର ଗଣନା ଆଇଏମଡିବି ରେଟିଂକୁ ଆଧାର କରି କରାଯାଇଛି । ଏହି ତାଲିକାରେ ଟିଭିଏଫର ଏହି ବ୍ଲାକ ଆଣ୍ଡ ହ୍ୱାଇଟ ସିରିଜ ଟପରେ ରହିଛି ।

ତାଲିକାରେ ପ୍ରଥମ ସ୍ଥାନ ଗ୍ରହଣ କରିଛି ‘କୋଟା ଫ୍ୟାକ୍ଟ୍ରି’ । ଏହାପରେ ସୈଫ ଅଲୀ ଖାନ ଏବଂ ନବାଜଙ୍କ ୱେବ ସିରିଜ ‘ସେକ୍ରେଡ ଗେମ୍ସ’କୁ ଦ୍ୱିତୀୟ ସ୍ଥାନ ପ୍ରାପ୍ତ ହୋଇଛି । ତୃତୀୟ ସ୍ଥାନରେ ରହିଛି ‘ଦ ଫ୍ୟାମିଲି ମ୍ୟାନ’ ।

ଏହାପରେ ତାଲିକାରେ ‘ଦିଲ୍ଲୀ କ୍ରାଇମ’, ହ୍ୟୁମରସ୍ଲି ୟୋଅର୍ସ’ , ଟିଭିଏଫ ଟ୍ରିପ୍ଲିଂ’, ମେଡ ଇନ ହେଭେନ, ଫ୍ଲେମ୍ସ, ଇଂସାଇଡ ଏଜ ଏବଂ ବାର୍ଡ ଅଫ ବ୍ଲଡକୁ ସାମିଲ କରାଯାଇଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଗତ କିଛି ବର୍ଷ ହେବ ୱେବସିରିଜର ଚାହିଦା ଖୁବ ବୃଦ୍ଧି ପାଇଛି । ଦର୍ଶକ ମଧ୍ୟ ଏହାକୁ ଖୁବ ଭଲ ପାଇବା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More