Only for Entertainment

ବଲିଉଡ ମାଟିରେ କମାଲ କରୁଛନ୍ତି ଓଡିଆ ପୁଅ ସୌମେନ୍ଦ୍ର ପାଢୀ, ରିଲିଜ ହେଲା ନୂଆ ୱେବସିରିଜ ‘ଜମାତ୍ରା’ରେ ଟ୍ରେଲର !

76

ବଲିଉଡ ମାଟିରେ କମାଲ କରୁଛନ୍ତି ଓଡିଆ ପୁଅ ସୌମେନ୍ଦ୍ର ପାଢୀ । ନିର୍ଦ୍ଦେଶନା କ୍ଷେତ୍ରରେ କରିଛନ୍ତି କମାଲ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସ୍ପୋର୍ଟସ ବାୟୋଗ୍ରାଫି ସିନେମା ବର୍ଣ୍ଣ ଟୁ ରନ’ ର ସଫଳତା ତାଙ୍କ ଦକ୍ଷ ନିର୍ଦ୍ଦେଶନାକୁ ବଖାଣିଥିଲା । ଓଡିଶାର ଶିଶୁ ଧାବକ ବୁଦ୍ଧିଆ ସିଂଙ୍କୁ ନେଇ ବାୟୋପିକ ସିନେମା ନିର୍ମାଣ କରିଥିଲେ ସୌମେନ୍ଦ୍ର । ଯାହା ତାଙ୍କୁ ନୂଆ ପରିଚୟ ଦେଇଥିଲା । ୨୦୧୪ ମସିହାରେ ସର୍ବଶ୍ରେଷ୍ଠ ଶିଶୁ ଚଳଚିତ୍ର ଭାବେ ବଣ୍ଣ ଟୁ ରନ ହାତେଇଥିଲା ଜାତୀୟ ଚଳଚିତ୍ର ସମ୍ମାନ । ଏଥରକ ଏହି ଯୁବ ନିର୍ଦ୍ଦେଶକ କୌଣସି ସିନେମା ନୁହେଁ ୱେବ ସିରିଜରେ ପାଦ ରଖିଛନ୍ତି । ନୂଆ ୱେବ ସିରିଜ ଜମତ୍ରାରେ ରହିଛି ସୌମେନ୍ଦ୍ରଙ୍କ ନିର୍ଦ୍ଦେଶନା ।

ଝାଡଖଣ୍ଡର ଏକ ଛୋଟିଆ ଗାଁର କିଛି ଯୁବକଙ୍କୁ ନେଇ ପର୍ଯ୍ୟବେସିତ ହୋଇଛି ୱେବ ସିରିଜ । ଏହି ଯୁବକମାନେ ର୍ଗାଁରୁ ସହରରେ ପହଁଛି କିଭଳି ଲୋକଙ୍କଠୁ ଅର୍ଥ ଠକେଇ କରୁଛନ୍ତି ଏହାକୁ ନେଇ ନିର୍ମାଣ ହୋଇଛି ୱେବ ସିରିଜ ଜମତ୍ରା । ଦିବେନ୍ଦୁ ଭଟାଚାର୍ଯ୍ୟ,ଅମିତ ସିଆଲ,ମୋନିକା ପନୱର ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ୱେବ ସିରିଜ ନିର୍ମାଣ ପୂର୍ବରୁ ସୌମେନ୍ଦ୍ର ଝାଡଖଣ୍ଡର ଜମତ୍ରା ଗାଁରେ କିଛି ଦିନ କାଟିଥିଲେ । ସାଇବର କ୍ରାଇମର କ୍ୟାପିଟାଲ କୁହାଯାଉଥିବା ର୍ଗାଁ ଜମତ୍ରାରୁ ସେ ଗ୍ରାଉଣ୍ଡ ଜିରୋ ରିର୍ପୋଟ ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ସେ ନିର୍ମାଣ କଲେ ଏହି ୱେବ ସିରିଜ ।

ଜାନୁଆରୀ ୧୦ରୁ ନେଟ୍ଫିଲକ୍ସରୁ ଏହାର ପ୍ରସାରଣ ଆରମ୍ଭ ହେବ । ମୋଟ ୨୬ଟି ଭାଷାରେ ଏହାର ପ୍ରସାରଣ କରାଯିବ । ସପ୍ଟୱେୟାର ଇଞ୍ଜିନିୟରରୁ ନିର୍ଦ୍ଦେଶକ ହୋଇଥିବା ତଥା ଜାତୀୟ ଚଳଚିତ୍ର ପୁରୁସ୍କାରପ୍ରାପ୍ତ ସୌମେନ୍ଦ୍ର ଆଗକୁ ନୂଆ କିଛି ଏକ୍ସପେରିମେଂଟ କରିବାକୁ ପ୍ରୟାସ କରୁଥିବା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More