Only for Entertainment

ଭାଇରାଲ ଭିଡିଓ: ଫଟୋଗ୍ରାଫରଙ୍କ ଅନ୍ଦାଜ ଦେଖି ଆପଣ ମଧ୍ୟ କହିବେ ଡେଡିକେସନ ହେବ ତ ଏମିତି !

NDTV India
0 52

ଫଟୋଗ୍ରାଫି କରିବା ଏକ ନିଶା । ଫଟୋଗ୍ରାଫି କରିବା ପାଇଁ ଜଣେ ବ୍ୟକ୍ତି କେଉଁ ପର୍ଯ୍ୟନ୍ତ ଯାଇପାରେ ତାହାର ଏକ ଉଦାଦରଣ ନିକଟରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୱଡିଂ ଫଟୋଗ୍ରାଫର ପରଫେକ୍ଟ ସଟ ନେବା ପାଇଁ ସବୁ ସୀମାକୁ ପାର କରିଦେଇଛନ୍ତି । ଯଦି ଆପଣ ମଧ୍ୟ ଏହି ଫଟୋଗ୍ରାଫରଙ୍କ ଅନ୍ଦାଜ ଦେଖିବେ ତେବେ କହିବେ ଡେଡିକେସନର ହେବ ତ ଏମିତି ।

ଏହି ଭିଡିଓରେ ଫଟୋଗ୍ରାଫର ଜଣକ କପଲଙ୍କ ପରଫେକ୍ଟ ଆଙ୍ଗଲରେ ଫଟୋ ଉଠାଇବା ପାଇଁ ଗଛରେ ଓଲଟା ଲଟକିଥିବାର ଦେଖିବାକୁ ମିଳିଛି । ଗଛରେ ଓଲଟା ଲଟକି ସଟ ନେବା ପରେ ସେ କ୍ୟାମେରା ବର ହାତରେ ଦେଇ ଗଛରୁ ଓହ୍ଲାଇଥାନ୍ତି ।
ଦେଖନ୍ତୁ ଭିଡିଓ…


ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ କରାଯାଇଛି । ଆଜିକାଲି ୱଡିଂ ଫଟୋଗ୍ରାଫି ସାଧାରଣ କଥା ହୋଇଥିଲେ ମଧ୍ୟ ଏହି ଫଟୋଗ୍ରାଫରଙ୍କ ଅଭିନବ ଅନ୍ଦାଜ ଏହି ଫଟୋସୁଟକୁ ଖାସ କରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଲୋକେ ମଧ୍ୟ ଏହି ଫଟୋଗ୍ରାଫରଙ୍କ ଫଟୋ ଉଠାଇବା ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More