Only for Entertainment

ବଲିଉଡରେ ଚର୍ଚ୍ଚା ସାଉଁଟିଛି ଫରହାନ୍ ଅଖତର୍ ଓ ଶିବାନୀ ଦାଣ୍ଡେକର୍ଙ୍କ ସମ୍ପର୍କ !

51

ଭାଲେନଟାଇନ୍ ସପ୍ତାହ ଆରମ୍ଭ ହୋଇଥିବାବେଳେ ବଲିଉଡରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅଭିନେତା ଫରହାନ୍ ଅଖତର୍ ନିଜ ଲେଡି ଲଭକୁ ନେଇ ସେୟାର୍ କରିଛନ୍ତି ଏକ ରୋମାଂଟିକ୍ ଫଟୋ । ଆଉ ଏହାକୁ ନେଇ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇ ଯାଇଛି ଆଲୋଚନା । ଗତ କିଛି ଦିନ ଆଗରୁ ଲୁଚା ଛପାରେ ଚାଲିଥିବା ଏମାନଙ୍କ ସମ୍ପର୍କ ଏବେ ଧିରେ ଧିରେ ଲୋକଲୋଚନକୁ ଆସିବାରେ ଲାଗିଛି ।

ମାୟାନଗରୀରେ ଏବେ ଚର୍ଚ୍ଚା ସାଉଁଟିଛି ଫରହାନ୍ ଅଖତର୍ ଓ ଶିବାନୀ ଦାଣ୍ଡେକରଙ୍କ ସମ୍ପର୍କ । ଦୁହେଁ ଏବେ ନିଜ ସମ୍ପର୍କକୁ ଲୋକ ଲୋଚନାକୁ ଆଣିଥିବାବେଳେ, ଏବେ ସୋସିଆଲ୍ ମିଡିଆରେ ଛାଇ ଯାଇଛି ଫରହାନ୍ ଓ ଶିବାନୀଙ୍କ ଏକ ରୋମାଂଟିକ ଫଟୋ । ଆଉ ଏହି ଫଟୋକୁ ଦେଖି ଅନୁମାନ କରି ହେଉଛି ଯେ, ବଲିଉଡରେ ଆରମ୍ଭ ହୋଇ ଯାଇଛି ଭାଲେନଟାଇନ୍ ସପ୍ତାହ । ଫଟୋରେ ଫରହାନ୍ ଓ ଶିବାନୀଙ୍କୁ ବେଶ୍ କ୍ଲୋଜ୍ ଦେଖିବାକୁ ମିଳିଛି । ଏହାସହ ଫରହାନ୍, ଶିବାନୀଙ୍କ ଉଦ୍ଦେଶ୍ୟରେ ଏକ ସାୟରୀ ଲେଖିଛନ୍ତି ।

ଫରହାନ୍ ଲେଖିଛନ୍ତି – ତୁମ୍ ମୁସ୍କୁରାଦୋ ଜରା.. ଚିରାଗ ଜଲାଦୋ ଜରା.. ଅନେ୍ଧରା ହଟାଦୋ ଜରା.. ରୋସନି ଫେଲାଦୋ ଜରା..

ଗତ କିଛି ମାସ ହେବ ଏମାନଙ୍କ ସମ୍ପର୍କ ମାୟାନଗରୀରେ ଚର୍ଚ୍ଚା ସାଉଁଟିଥିବାବେଳେ, ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି ଏମାନଙ୍କ ଅନେକ ଫଟୋଗ୍ରାଫ୍ସ । ଦୁହେଁ ନିଜ ଆଡୁ ଏହି କଥାକୁ କେବେ ସ୍ୱିକାର କରି ନଥିଲେ ବି ଏମାନଙ୍କ ଇଂଷ୍ଟାଗ୍ରାମ୍ ଆକାଉଁଟ୍ କିଛି ସେହିପରି କଥା ବୟାନ କରିଥାଏ । ଏହାସହିତ ସବୁ ଇଭେଂଟ୍ ଓ ପାର୍ଟିରେ ବି ଏକାଠି ନଜର ଆସୁଛନ୍ତି ଏହି ଯୋଡି । ଏହାସହ ଖୁବଶୀଘ୍ର ଏମାନେ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳୁଛି । ଆସନ୍ତା ଏପ୍ରିଲ୍ ମାସରେ ହୋଇପାରେ ଏମାନଙ୍କ ମାରେଜ୍ ।

ସେପ୍ଟେମ୍ବର ୧, ୨୦୧୮ । ଶିବାନୀ ନିଜ ଇଂଷ୍ଟାଗ୍ରାମରେ ସେୟାର୍ କଲେ ଏକ ଫଟୋ । ଫଟୋରେ ସେ ଜଣଙ୍କ ହାତ ଧରି ଲଣ୍ଡନର ରାସ୍ତା ଚାଲୁଥିବାର ନଜର ଆସିଲେ । ଫଟୋରେ ସେ ଯାହା ହାତ ଧରିଥିଲେ ସେ ଫରହାନ୍ ଅଖତର ବୋଲି ଜଣା ପଡୁଥିଲା । ବାଶ ସେବେଠାରୁ ଦୁହିଁଙ୍କୁ ନେଇ ଆରମ୍ଭ ହୋଇଗଲା ଆଲୋଚନା । ୨୦୧୫ ଏକ ରିୟାଲିଟି ଶୋ’ରେ ଫରହାନ୍ ଓ ଶୀବାନିଙ୍କର ପ୍ରଥମ ଦେଖା ହୁଏ । ଆଉ ପ୍ରଥମେ ଦୋସ୍ତି ପରେ ପ୍ରେମରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ଉଭୟ ଏକାଠି ଅନେକ ମ୍ୟୁଜିକ୍ କନର୍ସଟ୍ରେ ବି ଏକାଠି କରନ୍ତି ପର୍ଫମ୍ । ଆଉ ଧିରେ ଧିରେ ବଢେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା । ଆଉ ଏବେ ଦୁହେଁ ଏହି ସମ୍ପର୍କକୁ ଖୁଲମଖୁଲା ଜାହିର୍ କରିବାରେ ମଧ୍ୟ ଲାଗିଲେଣି । ଯାହା ଖୁବଶୀଘ୍ର ବିବାହର ରୂପ ନେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More