Only for Entertainment

ଶାହାରୁଖ ଖାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

timesof india
65

ପଶ୍ଚିମବଙ୍ଗ ଶାହାରୁଖ ଖାନଙ୍କ କ୍ରିକେଟ ଟିମର ପୃଷ୍ଠ ଭୂମି । ତେଣୁ ସେ ଅଧିକାଂଶ ଥର ଇଭେଂଟ ଏବଂ ମ୍ୟାଚ ସମୟରେ ସେଠାକୁ ଯାଆନ୍ତି । ଶାହାରୁଖ ଖାନଙ୍କର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ମଧ୍ୟ ଖୁବ ଭଲ ସଂପର୍କ ।

 

ଆଜି ଶାହାରୁଖ ଖାନଙ୍କ ଜନ୍ମଦିନ, ସେ ପୁଣିଥରେ ଜୀବନର ଏକ ନୂଆ ବର୍ଷରେ ପାଦ ଦେଇଛନ୍ତି । ଆଜି ମମତା ବାନାର୍ଜୀ ତାଙ୍କ ଟ୍ୱିଟର ଆକାଉଂଟ ଜରିଆରେ ଶାହାରୁଖ ଖାନଙ୍କୁ ଜନ୍ମଦିନର ଶୁଭେତ୍ସା ଜଣାଇଛନ୍ତି । ଦିଦି ଏହି ପୋଷ୍ଟକୁ ବଙ୍ଗାଳି ଭାଷାରେ ଲେଖିଛନ୍ତି । ଜନ୍ମଦିନର ଶୁଭେତ୍ସା ଜଣାଇବା ସହିତ ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଖା ହେବ ବୋଲି ମଧ୍ୟ ମମତା ଲେଖିଛନ୍ତି ।

 

ମମତା ଶୁଭେତ୍ସାରେ ଲେଖିଛନ୍ତିଯେ, ଖୁବ ସାରା ଶୁଭକାମନା ଶାହାରୁଖ । ସୁସ୍ଥ ରୁହ, ଭଲ ରୁହ । ଜୀବନରେ ଖୁବ ଉନ୍ନତି କର । ତୁମକୁ ପଶ୍ଚିମବଙ୍ଗର ବ୍ରାଣ୍ଡ ଆମ୍ବାସେଡର ଭାବରେ ପାଇଥିବାରୁ ଆମେ ଗର୍ବିତ । ଭବିଷ୍ୟତରେ ମଧ୍ୟ ପ୍ରତିଛବି ଆମ ହୃଦୟରେ ରହୁ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ବହୁ ଦିନ ହେବ ପରଦାରୁ ଦୂରେଇଥିବା ଶାହାରୁଖ ତାମିଲ ଫିଲ୍ମ ଅତଲୀ’ରେ ନିର୍ମାତା ଭାବରେ କାମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More