Only for Entertainment

ଗର୍ଭଧାରଣର ପ୍ରଥମ ୩ ମାସ ରହିଥାଏ ମିସକ୍ୟାରେଜର ଭୟ, ଜାଣନ୍ତୁ ଏହାର କାରଣ ।

Time Magazine
33

ଗର୍ଭଧାରଣର ପ୍ରଥମ ୩ ମାସ ମିସକ୍ୟାରେଜର ଭୟ ରହିଥାଏ । ଏହି ୩ ମାସ ମଧ୍ୟରେ ମହିଳାମାନେ ନିଜ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ଆବଶ୍ୟକ । ତ୍ରୁଟିପୂର୍ଣ୍ଣ ଔଷଧ, ଜେନେଟିକ କାରଣ, ସଂକ୍ରମଣ, ଶାରିରୀକ ଦୁର୍ବଳତା ଆଦି ବିଭିନ୍ନ କାରଣରୁ ଏହା ଦେଖାଦେଇଥାଏ । ଏଥିସହ ଅଧିକ ସମୟ ଠିଆ ହେବା, ବିଶ୍ରାମ ନନେବା, ଓଜନଦାର ଜିନିଷ ଉଠାଇବା, ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଇତ୍ୟାଦି ମଧ୍ୟ ମିସକ୍ୟାରେଜର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ହେବାରୁ କିଛି କାରଣ ବିଷୟରେ ।

  • ଗର୍ଭାଶୟରେ ଅସୁବିଧା ମଧ୍ୟ ମିସକ୍ୟାରେଜର ବଡ଼ କାରଣ ଅଟେ । ୩୦ ରୁ ୪୦ ପ୍ରତିଶତ ମାମଲା ଏଥିପାଇଁ ଦେଖାଦେଇଥାଏ । ଯଦି କୌଣସି ମହିଳାଙ୍କ ଗର୍ଭାଶୟ ଦୁଇଭାଗରେ ବିଭକ୍ତ ହୋଇଥାଏ, ସେହି କ୍ଷେତ୍ରରେ ଗର୍ଭସ୍ଥ ଶିଶୁକୁ ସଠିକ ପୋଷଣ ମିଳିନଥାଏ । ଏଥିପାଇଁ ମିସକ୍ୟାରେଜର ସମ୍ଭାବନା ବେଶ ବଢିଯାଇଥାଏ ।
  • ଗର୍ଭାଶୟରେ ସଂକ୍ରମଣ ମଧ୍ୟ ଏକ ବଡ଼ କାରଣ ହୋଇଥାଏ । ସଂକ୍ରମଣ କାରଣରୁ ଗର୍ଭସ୍ଥ ଶିଶୁ ପାଇଁ ବଡ଼ ସମସ୍ୟା ହୋଇଥାଏ । ତେଣୁ ପ୍ରଥମେ ଗର୍ଭ ଧାରଣ ପୂର୍ବରୁ ଏହାର ସଠିକ ଯାଞ୍ଚ କରିବା ଦରକାର ।
  • ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନେ ନିଜର ସ୍ୱାସ୍ଥ୍ୟର ସଠିକ ଯôତ ନେବା । ଖାଦ୍ୟପେୟ ଠାରୁ ଆରମ୍ଭ କରି ବିଶ୍ରାମ ପର୍ଯ୍ୟନ୍ତ ସବୁ ଦିଗକୁ ଦୃଷ୍ଟି ଦେବା ଦରକାର । ବିଶେଷ କରି ବିବାହ ପରେ ମହିଳାମାନେ ଧୁମ୍ରପାନ, ମଦ୍ୟପାନ ଠାରୁ ଦୂରରେ ରହିବା ଦରକାର ।
  • ଯଦି ପୂର୍ବରୁ କୌଣସି ପ୍ରକାରର ବେମାରୀ ରହିଛି ତେବେ ତାହା ଗର୍ଭଧାରଣ ସମୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଗର୍ଭଧାରଣ ପୂର୍ବରୁ ଶରୀରର ସଠିକ ଯାଞ୍ଚ ନିହାତି ଆବଶ୍ୟକ । ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେୟ ଆଦି ରୋଗ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ମଧ୍ୟ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More