Only for Entertainment

ରାତିରେ ନଖାଇ ଶୋଇଲେ ଭୋଗି ପାରନ୍ତି ଏହି ସବୁ ସମସ୍ୟା !

35

ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ର ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି, ଏବେ ଠାରୁ ହୋଇଯାନ୍ତୁ ସତର୍କ । ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ ଆପଣ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ।

ଶରୀରରେ ଶକ୍ତିର ଅଭାଵ-

ବହୁତ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍‌ ଏକ୍ସପର୍ଟ ଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ଯେଉଁ ପୁରୁଷମାନେ ରାତିରେ ଖାଇବା ପୂର୍ବରୁ ଏନର୍ଜି ଡ୍ରିଙ୍କ୍‌ ପିଇଥାନ୍ତି, ସେମାନଙ୍କ ଶରୀରରେ ଏନର୍ଜିର ଅଭାବ ହୋଇନ ଥାଏ। ସେହିଭଳି ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ତା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।

ମେଟାବଲିଜିମ୍‌ ଉପରେ ପକାଇ ପାରେ କୁପ୍ରଭାଵଭାଵ-

ଯେଉଁ ଲୋକମାନେ ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ। ମେଟାବଲିଜିମ୍‌ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରୋଲ୍‌ ଲେବଲ୍‌ ଏବଂ ଥାଇରଏଡ୍‌ ହେବାର ବହୁତ ସମ୍ଭାବନା ଥାଏ। ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More