Only for Entertainment

କାହିଁକି ରଣବୀରଙ୍କୁ ନିଜ ବ୍ୟାଗରେ ରଖିବାକୁ ଚାହାଁନ୍ତି ଦୀପିକା?

Times of India
55

ରଣବୀର ଏବଂ ଦୀପିକା ବିବାହ ପରେ ନିଜ କାମରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂଙ୍କ ସିମ୍ବା ବକ୍ସ ଅଫିସରେ ଜବରଦସ୍ତ ଇନକମ କରୁଛି । ଏହି ମଧ୍ୟରେ ଦୀପିକାଙ୍କୁ ଆଗାମୀ ପ୍ରୋଜେକ୍ଟ ମିଳିସାରିଛି । ନିକଟରେ ଏକ ଇଂଟରଭ୍ୟୁରେ ଦୀପିକା କହିଛନ୍ତିଯେ ସେ ତାଙ୍କ ବ୍ୟାଗକୁ କେତେ ଭଲପାଆନ୍ତି ଏବଂ ସେଥିରେ କ’ଣ କ’ଣ ରଖିବାକୁ ଚାହାଁନ୍ତି ।

ଦୀପିକାଙ୍କ କହିବା ଅନୁସାରେ ସେ ଟ୍ରାଭେଲ କରିବାକୁ ପସନ୍ଦ କରନ୍ତି । ତେଣୁ ସେ ତାଙ୍କ ସହିତ ଏକ ବଡ଼ ସାଇଜର ହ୍ୟାଣ୍ଡବ୍ୟାଗ ରଖନ୍ତି, ଯେଉଁଥିରେ ତାଙ୍କର ଆବଶ୍ୟକୀୟ ସମସ୍ତ ଜିନିଷ ଥାଏ । ଟଙ୍କା,ମେକଅପ ଜିନିଷ, ହେୟର ଡ୍ରାୟର ଏବଂ ମାଉଥ ଫ୍ରେଶନର ମିଂଟ ରଖିବାକୁ ଦୀପିକା କେବେ ମଧ୍ୟ ଭୁଲନ୍ତି ନାହିଁ ।

ଯେତେବେଳେ ଦୀପିକାଙ୍କୁ ପ୍ରଶ୍ନ କରାଗଲାଯେ ଆପଣ ଏମିତି ତିନି ଜଣ ଲୋକଙ୍କ ବିଷୟରେ କୁହନ୍ତୁ ଯାହାକୁ ଆପଣ ବ୍ୟାଗରେ ରଖିବାକୁ ଚାହାଁନ୍ତି, ସେ ଖୁବ ଭାବିଚିନ୍ତି କହିଲେଯେ ପତି ରଣବୀର ଏବଂ ମୋ ମା ଓ ଭଉଣୀଙ୍କୁ ରଖିବାକୁ ଚାହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More