Only for Entertainment

ଶୋଇବାବେଳେ କଣ୍ଟାକ୍ଟ ଲେନ୍ସର ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

archivio
28

ଯଦି ଆପଣ ଚଷମା ବଦଳରେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି,ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ। ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍‌ସ ପିନ୍ଧନ୍ତୁ ନାହିଁ। ତା’ ନ ହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି।

ଖାଲି ସେତିକି ନୁହେଁ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୁଅନ୍ତି,ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ବି ହେବାର ଆଶଙ୍କା ରହିଛି। ଆମେରିକର ୟୁନିଭର୍ସିଟି ଅଫ୍‌ ମେକ୍‌ସିକୋର ସରକାରୀ ପ୍ରଫେସର ଜନ୍‌ ଫେମଲିଙ୍ଗ କହିଛନ୍ତି କି ଶୋଇବା ବେଳେ କଣ୍ଟାକ୍ଟ ଲେନ୍‌ସ ପିନ୍ଧିଥିଲେ,କେବଳ ଚକ୍ଷୁ ସଂକ୍ରମଣ ନୁହେଁ, ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡ଼ିପାରେ। ଏଣୁ ଶୋଇବାପୂର୍ବରୁ କଣ୍ଟାକ୍ଟ ଲେନ୍‌ସ ନ ପିନ୍ଧିବା ଭଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More