Only for Entertainment

ରଣବୀରଙ୍କୁ ଭାବନ୍ତି କେଉଁଭଳି କଳାକାର, କରୀନାଙ୍କ ଖୁଲାସା ।

aajtak
0 52

ଫିଲ୍ମ ତକ୍ଷ୍ତରେ ରଣବୀର ସିଂଙ୍କ ସହିତ କାମ କରିବାକୁ ଯାଉଥିବା କରୀନା କପୁରଙ୍କ କହିବା ଅନୁସାରେ ସେ ଜଣେ ଅସାଧାରଣ ଏବଂ ଅଦ୍ଭୁତ କଳକାର । ତେବେ କରଣ ଏବଂ ରଣବୀରଙ୍କ ସହିତ କାମ କରିବାକୁ ନେଇ କରୀନା ଖୁବ ଉତ୍ସାହିତ ଥିବା କଥା କହିଛନ୍ତି ।

ରଣବୀରଙ୍କ ସହିତ ତଖ୍ତ ଭଳି ଐତିହାସିକ କାମ କରିବା ନିହାତି ଭାବରେ ସମ୍ମାନଜନକ ବୋଲି ମଧ୍ୟ ଅଭିନେତ୍ରୀ କହିଛନ୍ତି । ଫିଲ୍ମରେ କରୀନାଙ୍କ ବ୍ୟତୀତ ଭୂମି ପେଡନେକର,ଆଲିୟା ଭଟ୍ଟ,ଅନିଲ କପୁର,ବିକ୍କୀ କୌଶଲ ଏବଂ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର ।

୧୭ ବର୍ଷ ପରେ କରଣ ଏବଂ କରୀନା ଏକା ସାଙ୍ଗରେ କାମ କରିବେ । ଏହା ପୂର୍ବରୁ ଦୁଇ ଜଣ ୨୦୦୧ରେ କଭି ଖୁସି କଭି ଗମ୍ ରେ ନଜର ଆସିଥିଲେ । ତେବେ ଫିଲ୍ମ ତଖ୍ତ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More