Only for Entertainment

‘କଳଙ୍କ’ର ସୁଟିଂ ସେଟରେ ଆହାତ ହେଲେ ବରୁଣ ଧୱନ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ ।

aajtak
24

ବଲିଉଡ ଅଭିନେତା ବରୁଣ ଧୱନ ଏବେ ନିଜର ଆଗାମୀ ପିରିୟଡିକ ଡ୍ରାମା ଫିଲ୍ମ ‘କଳଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂ ସମୟରେ ବରୁଣ ଆହାତ ହୋଇଛନ୍ତି ଏବଂ ତାଙ୍କ ହାତ ଏବଂ କାନ୍ଧରେ ଆଘାତ ଲାଗିଛି । ବରୁଣ ଖୋଦ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଏହି ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ବରୁଣ ଲେଖଥଲେ,#KALANK- battlescars ଆରମ୍ଭ ତୁ କଲୁ ଶେଷ ମୁଁ କରିବି । #therealdeal.

 

 

View this post on Instagram

 

#KALANK- battlescars. शुरू तूने किया ख़त्म में करूँगा। #therealdeal.

A post shared by Varun Dhawan (@varundvn) on

ଖବର ଅନୁସାରେ ଫିଲ୍ମର ସୁଟିଂ ସେଟରେ ଏକ ଆକ୍ସନ ସିନର ସୁଟିଂ ଚାଲିଥିଲା । ଯେଉଁଥିରେ ବରୁଣ ଏକ କବାଟ ଉଠାଇ କୋ-ଆକ୍ଟରଙ୍କ ଉପରକୁ ଫେପାଡିବାର ଥିଲା କିନ୍ତୁ ଲିଫ୍ଟିଂ ଟାଇମିଂ ଭୁ ଲ ହେବାରୁ ବରୁଣଙ୍କ କାନ୍ଧରେ ଆଘାତ ଲାଗିଥିଲା । ଆହାତ ହେବା ପରେ ମଧ୍ୟ ବରୁଣ ସୁଟିଂରୁ ବ୍ରେକ ନେଇ ନ ଥିଲେ । କିଛି ସମୟ ପରେ ସ୍ପେଶାଲ ଡ୍ୟାନ୍ସ ନମ୍ବର କରିବା ପାଇଁ ସେଟକୁ ଫେରିଥିଲେ ।

କହିରଖୁଛୁ ଯେ, ଫିଲ୍ମ ‘କଳଙ୍କ’ରେ ବରୁଣଙ୍କ ବ୍ୟତିତ ଆଦିତ୍ୟ ରୟ କପୁର, ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ ଏବଂ ସୋନାକ୍ଷୀ ମୁଖ୍ୟ ଭୂମିକାରେ ନଜର ଆସିବେ । ପିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ବର୍ମନ ଏବଂ ପ୍ରଡ୍ୟୁସ କରୁଛନ୍ତି କରଣ ଜୋହର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More