Only for Entertainment

ବର୍ଥଡେ ସ୍ପେଶାଲ: ୧୫ବର୍ଷ ବୟସର ରେଖା ୨୫ବର୍ଷ ବଡ ଅଭିନେତାଙ୍କୁ କରିଥିଲେ କିସ, ୫ମିିନିଟ ପର୍ଯ୍ୟନ୍ତ ଚାଲିଥିଲା ଏଭଳି !

gulte
50

ଫିଲ୍ମ ଜଗତରେ ରେଖା ଏଭଳି ଅଭିନେତ୍ରୀ ଅଟନ୍ତି ଯିଏ ନିଜର ସୁନ୍ଦରତା ଏବଂ ଅଭିନୟରେ ସମସ୍ତଙ୍କୁ ମତୁଆଲା କରିଛନ୍ତି । ଫିଲ୍ମ ବ୍ୟତୀତ ରେଖାଙ୍କ ସମ୍ପର୍କରେ ଅନେକ ବିବାଦରେ ମଧ୍ୟ ରହିଛି । ରେଖା ନିଜର ପ୍ରଥମ ଫିଲ୍ମରୁ ହିଁ ଚର୍ଚ୍ଚାର ବିଷୟ ରହି ଆସିଛନ୍ତି ।
ରେଖାଙ୍କ ପ୍ରଥମ ଫିଲ୍ମ ‘ଅଂଜାନା ସଫର’ଥିଲା । ଯାହାର ସୁଟିଂ ୧୯୬୯ରେ ହୋଇଥିଲା । ମାତ୍ର କୌଣସି କାରଣରୁ ଫିଲ୍ମ ୧୦ବର୍ଷ ପରେ ‘ଦୋ ଶୀକାରୀ’ ନାଁରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଥିବା ଏକ ସିନ ପାଇଁ ରେଖା ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିଲେ ।
ଏହି କିସ ସିନ ବିଷୟରେ ରେଖାଙ୍କ ନାଁରେ ଆସିଥିବା ବହି ‘ରେଖା ଦ ଅନଟୋଲ୍ଡ ଷ୍ଟୋରୀ’ରେ ମଧ୍ୟ ଲେଖାଯାଇଛି । ସେ ସମୟରେ ରେଖାଙ୍କ ବୟସ ଥିଲା ୧୫ବର୍ଷ । କିଛି ଅସୁବିଧା କାରଣରୁ ତାଙ୍କୁ ଏତେ କମ ବୟସରୁ ୨୫ବର୍ଷ ବଡ ହିରୋକୁ କିସ କରି ଧମାଲ ମଚାଇଥିଲେ ।

ଫିଲ୍ମର ଏହି ସିନ ଉପରେ ସେନସର ବୋର୍ଡ କଇଁଚି ଚଳାଇବାକୁ ଚେଷ୍ଟା କରିଥିଲେ । ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ପହଂଚିଥିଲା ଏବଂ କୋର୍ଟ ଖୋସଲା କମିଟି ବନାଇଥିଲେ । କମିଟି ଯାଂଚ କରିବା ପରେ କହିଥିଲେ , ‘କିସ ସିନ ଦୁଇ ଲୋକଙ୍କ ମଧ୍ୟ ବ୍ୟକ୍ତିଗତ ମାମଲା ଅଟେ ’ । ଯଦି ସେ ଦୁହିଁଙ୍କୁ ଆପତ୍ତି ନାହିଁ ତେବେ ତୃତୀୟ ଜଣକୁ କଣ ପାଇଁ ଆପତ୍ତି ହେଉଛି ।

ଏହି ମାମଲା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଆମେରିକା ‘ଲାଇଫ ମାଗାଜିନ’ରେ ଏହା କଭର ଷ୍ଟୋରୀ ପାଲଟି ଯାଇଥିଲା । ଷ୍ଟୋରୀର ଟାଇଟଲ ରହିଥିଲା ‘ଦ କିସିଂ କ୍ରାଏସିସ ଅଫ ଇଣ୍ଡିଆ’ । ଏହି ମାଗାଜିନ ପାଇଁ ଫଟୋ ଦରକାର ଥିବା କାରଣରୁ ପୁଣି ଥରେ ରେଖା ଏବଂ ବିଶ୍ୱଜିତଙ୍କୁ ଡାକି ଏହି ସିନ କରାଯାଇଥିଲା ।

ରିପୋର୍ଟ ମୁତାବକ ଏହି ଫିଲ୍ମ ରେଖାଙ୍କ ଅଜାଣତରେ ସୁଟ କରାଯାଇଥିଲା । ବିଶ୍ୱଜିତ ୫ମିନିଟ ପର୍ଯ୍ୟନ୍ତ କିସ କରିଥିଲେ ଏବଂ କେହି କିଛି କହି ନଥିଲେ । ଏପରିକି ନିର୍ଦ୍ଦେଶକ ରାଜା ନବାଠେ ମଧ୍ୟ କଟ କରିବାକୁ ନିର୍ଦ୍ଦେଶ ଦେଇ ନଥିଲେ । ସିନ ସେମତି ଚାଲିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More