Only for Entertainment

ଅଧା ରାତିରେ କ’ଣ ପାଇଁ ଅମିର ଖାନଙ୍କୁ ଯିବାକୁ ପଡିଲା ହସ୍ପିଟାଲ ?

Hindustan Times
0 39

ଅଧା ରାତିରେ ଆମେ ହସ୍ପିଟାଲ କ’ଣ ପାଇଁ ଯାଇଥାଉ ଏହାର ଦୁଇଟି କାରଣ ରହିଛି ଯେବେ ଆମର ସ୍ୱାସ୍ଥ୍ୟ ଖରାପ ହୋଇଥାଏ କିମ୍ବା ଆମର କେହି ରିଲେଟିଭ ହସ୍ପିଟାଲରେ ଆଡମିଟ ହୋଇଥାନ୍ତି । କିନ୍ତୁ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ରାତି ଅଧରେ ପହଁଚିଯାଇଥାନ୍ତି । ଏହିପରି କିଛି କରିଛନ୍ତି ବଲିଉଡ ପରଫେକ୍ସନିଷ୍ଟ ଅମିର ଖାନ । ଅମିରଙ୍କ ଏହି ଗୁଣ ପାଇଁ ଏବେ ସୋସିଆଲ ମିଡିଆରେ ପ୍ରଶଂସାର ସୃୁଅ ଛୁଟିଛି ।

କଥାଟି ହେଉଛି ଅମିର ଖାନଙ୍କ ଫିଲ୍ମ ଦଙ୍ଗଲର ସାଉଣ୍ଡ ଟେକ୍ନିସିଆନ ଶାଜିଦ କୋୟରୀଙ୍କୁ ମ୍ୟାସିଭ ଷ୍ଟ୍ରୋକ ହୋଇଥିଲା । କିନ୍ତୁ ରାତି ଅଧରେ ତାଙ୍କର ଚିକିତ୍ସା କରିବା ପାଇଁ କୌଣସି ଡାକ୍ଟର ନଥିଲେ । ଟେକ୍ନିସିଆନର ପରିବାର ଏହା ପରେ ଅମିର ଖାନଙ୍କୁ ସମ୍ପର୍କ କରିଥିଲେ । ଏହାପରେ ଅମିର ଖାନ ଡେରି ନକରି କେକିଳାବେନ ହସ୍ପିଟାଲରେ ପହଁଚିଥିଲେ ।


ଅମିର ହସ୍ପିଟାଲରେ ପହଁଚିବା ପରେ ହସ୍ପିଟାଲ ଷ୍ଟାଫ ଏବଂ ଡାକ୍ତର ଶାଜିଦଙ୍କ ଚିକିତ୍ସା କରିଥିଲେ । ଅମିର ଖାନଙ୍କର ଏହି ସାହାଯ୍ୟ କରିବା ନେଚରକୁ ଦେଖି ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଅମିର ଖାନ ଏବେ ନିଜର ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More