Only for Entertainment

ଯେତେବେଳେ ଲାଇଭ ଶୋ’ରେ ନେହା କକ୍କଡଙ୍କ ପାଇଁ ଆସିଲା ପ୍ରସ୍ତାବ, ମା-ବାପା ଦେଲେ ଏଭଳି ପ୍ରତିକ୍ରିୟା !

22

ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କଡ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ତାଙ୍କର ସମ୍ପର୍କକୁ ନେଇ । ଅସଲରେ ବୟଫ୍ରେଣ୍ଡ ହିମାଂଶ କୋହଲୀଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ନେହା କକ୍କଡ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଅନଫଲୋ କରି ଦେଇଛନ୍ତି । ଅନ୍ୟପଟେ ନେହା ଏବଂ ହିମାଂଶଙ୍କ ଭିତରେ ଦୂରତା ଆସିଯାଇଥିବା ପରେ ଏବେ ଲାଇଭ ଶୋ’ ରେ ଜଣେ ଅଭିନେତା ମା-ବାପାଙ୍କ ସାମ୍ନାରେ ନେହାଙ୍କ ହାତ ମାଗିଛନ୍ତି । ଝିଅଙ୍କ ପ୍ରସ୍ତାବ ଆସିଥିବା ଦେଖି ସେଠାରେ ଉପସ୍ଥିତ ମା-ବାପା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅସଲରେ ଇଣ୍ଡିଆନ ଆଇଡଲ ୧୦ର ଗ୍ରାଣ୍ଡ ଫାଇନାଲ ସମୟ କଥା । ଏହି ସମୟରେ ନେହା ନିଜ ଡ୍ୟାନ୍ସରେ ଦର୍ଶକଙ୍ ମନ ଜିତିବା ପାଇଁ ଚେଷ୍ଟା କରିଥିଲେ । ନେହାଙ୍କ ପରଫର୍ମାନ୍ସ ସରିଲା ପରେ ଦର୍ଶକମାନଙ୍କୁ ହସାଇବା ଲାଗି ସେଠାକୁ ଆସିଥିଲେ ପରିତୋଷ ତ୍ରିପାଠୀ ଏବଂ ନେହାଙ୍କୁ ପାଣି ବୋତଲ ଦେଇ କହିଥିଲେ ପିଇ ନିଅନ୍ତୁ ଥକି ଯାଇଥିବେ । ଏହାପରେ ନେହା କହିଥିଲେ ଏହା ତ ଅଇଁଠା ପାଣି । ଏହାପରେ ପରିତୋଷ କହିଥିଲେ ଯେ ଅଇଁଠା ପାଣି ପିଇଲେ ଭଲ ପାଇବା ବଢିଥାଏ । ଏହିଭଳି ମଜାକିଆ ଅନ୍ଦାଜରେ ପରିତୋଷ ନେହାଙ୍କ ହାତ ମାଗିଥିଲେ ।

ଏଠାରେ ଆମେ କହିରଖୁଛୁ ଯେ ଇଣ୍ଡିଆନ ଆଇଡଲ୧୦ର ବିଜେତା ହୋଇଥିଲେ ସିଙ୍ଗର ସଲମାନ ଅଲ୍ଲୀ । ଶୋ’ରେ ଜଜ ଭୂମିକାରେ ନଜର ଆସିଥିଲେ ଅନୁ ମଲିକ, ବିଶାଲ ଦଦଲାନୀ ଏବଂ ନେହା କକ୍କଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More