Only for Entertainment

ଜୋର ଜୋରରେ ହସିବାରୁ ମାଙ୍କଡ଼ ଠାରୁ ମାଡ଼ ଖାଇଲେ ପ୍ରିୟଙ୍କା ।

aajtak
34

ବଲିଉଡ ଷ୍ଟାରମାନେ ଯେତେବେଳେ କିଛି ସୁଯୋଗ ପାଆନ୍ତି ସେମାନଙ୍କ ଜୀବନ ସହିତ ଜଡ଼ିତ କେତେକ କଥା ଶେୟାର କରନ୍ତି । ତାହା ପିଲା ଦିନ ବା ବଡ଼ ହେବା ସମୟ ସହିତ ଜଡ଼ିତ ହୋଇଥାଏ । ଆଜି ଆମେ ସେହିଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ଯିଏ ଆମ ମାନଙ୍କ ସହିତ ତାଙ୍କ ପିଲାଦିନର ଏକ କାହାଣୀ ଶେୟାର କରିଛନ୍ତି । କପିଲ ଶର୍ମା ଶୋ’ରେ ୨୦୧୭ରେ ପ୍ରିୟଙ୍କା ତାଙ୍କ ପିଲା ଦିନର ଏକ କଥା ଶେୟାର କରିଥିଲେ । ଯେଉଁଥିରେ ସେ ମାଙ୍କଡ଼ ଠାରୁ ମାଡ଼ ଖାଇବା କଥା ଶେୟାର କରିଥିଲେ ।

ବାସ୍ତବରେ ପ୍ରିୟଙ୍କା ଏକ ମଜାଦାର କଥା ଶେୟାର କରି କହିଛନ୍ତି, ‘ ମୁଁ ଲକ୍ଷ୍ନୌରେ ତୃତୀୟ ଶ୍ରେଣୀରେ ପଢୁଥିଲି । ଆମ ସ୍କୁଲ ପାଖରେ ଏକ ଗଛ ଥିଲା,ଯେଉଁଠାକୁ ଖୁବ ସାରା ମାଙ୍କଡ଼ ଆସୁଥିଲେ । ସେହି ସମୟରେ ଜଣେ ମହିଳା ମାଙ୍କଡ଼ ଛିଡ଼ା ହୋଇ ନିଜକୁ ସଫା କରୁଥିଲା ଏବଂ ତାହା ମୋତେ ଖୁବ ଫନି ଲାଗିଲା । ତେଣୁ ମୁଁ ଛିଡ଼ା ହୋଇ ଜୋର ଜୋରରେ ହସୁଥିଲି । ହସି ହସି କହୁଥିଲି, ଦେଖ କେମିତି ନିଜେ ନିଜକୁ ସଫା କରୁଛି । ସେ ତଳକୁ ଆସିଲା ମୋତେ ଦେଖି ଚାପୁଡ଼ା ମାରି ଉପରକୁ ଚାଲିଗଲା’ । ପ୍ରିୟଙ୍କାଙ୍କ ଠାରୁ ଏହି ମଜାଦାର କଥା ଶୁଣିବା ପରେ ସମସ୍ତ ଦର୍ଶକ ହସିବାକୁ ଲାଗିଲେ ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ପ୍ରିୟଙ୍କା ‘ଦ ସ୍କାଇ ଇଜ ପିଙ୍କ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More