Only for Entertainment

ଲାଇଭ ଶୋ’ରେ ରିପୋର୍ଟରଙ୍କୁ ବାରମ୍ବାର ଧକ୍କା ମାରିଲା ଘୁଷୁରୀ, ଭିଡ଼ିଓ ଭାଇରାଲ

punjabkesari
27

କେତେକ ସମୟରେ ଲାଇଭ ରିପୋର୍ଟିଙ୍ଗ ସମୟରେ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସେ ଯାହା ଖୁବ ଅପ୍ରିତିକର ଥାଏ । ଏହା ପୂର୍ବରୁ ମଧ୍ୟ ଆମେ ଆପଣଙ୍କୁ ସେହିଭଳି କିଛି ଭିଡ଼ିଓ ଦେଖାଇଛୁ । ତେବେ ନିକଟରେ ସେହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଆଜ୍ଞା ହଁ ଭିଡ଼ିଓଟି ଗ୍ରୀସ ଦେଶର । ଏଠାରେ ଲାଇଭ ରିପୋର୍ଟିଙ୍ଗ କରୁଥିବା ସମୟରେ ଏକ ଘୁଷୁରୀ ରିପୋର୍ଟରଙ୍କ ପଛରେ ପଡ଼ି ଯାଇ ଥିବାର ନଜର ଆସିଛି ।

ଏହା ଏଏନଟିୱାନ ଟିଭିର ଏକ ମର୍ଣିଙ୍ଗ ଶୋ । ରିପୋର୍ଟର ଜଣକ ରିପୋର୍ଟିଙ୍ଗ ପାଇଁ କିନେଟା ସହର ଯାଇଥିଲେ । ଲାଇଭ ରିପୋର୍ଟିଙ୍ଗ ସମୟରେ ଏକ ଘୁଷୁରୀ ତାଙ୍କ ପଛରେ ପଡ଼ିଗଲା । ତାକୁ ଦେଖିବା ମାତ୍ରେ ରିପୋର୍ଟର ଡରିଗଲେ ଏବଂ ତା ପିଛା ଛଡ଼ାଇବାକୁ ଚେଷ୍ଟା କଲେ । କିନ୍ତୁ ପିଛା ଛାଡ଼ିବା ଦୂରେ ଥାଉ ବରଂ ରିପୋର୍ଟରଙ୍କୁ ଧକ୍କା ମାରିବାକୁ ଲାଗିଲା ଘୁଷୁରୀ । ଏହାକୁ ଦେଖି ଷ୍ଟୁଡିଓରେ ଥିବା ଆଙ୍କର ହସିବାକୁ ଲାଗିଲେ । କହିରଖୁଛୁ ରିପୋର୍ଟରଙ୍କ ନାମ ମ୍ୟାଟିକୋସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More