Only for Entertainment

ଜାଣନ୍ତୁ ଭୁଲ କରିବା ପରେ ମଧ୍ୟ ନିଜ ସାଥିକୁ କେଉଁ ସମୟରେ ମୌକା ଦେବା ଆବଶ୍ୟକ

shapq magazine
0 54

ଏକ ସଂପର୍କକୁ ଦୃଢ ରଖିବାକୁ ଭଲପାଇବାର ଯେତିକି ଆବଶ୍ୟକତା ରହିଛି ବିଶ୍ୱାସର ମଧ୍ୟ ସେତିକି ଆବଶ୍ୟକତା ରହିଛି । ଦୁଇଜଣଙ୍କ ସଂପର୍କ କେତେ ନିବିଡ଼ ତାହା ବିଶ୍ୱାସରୁ ଜଣାପଡ଼େ । କେହି ଯଦି ବିଶ୍ୱାସ ଭାଙ୍ଗିଦିଏ ତେବେ ତାକୁ ଦ୍ୱିତୀୟ ଥର ବିଶ୍ୱାସ କରିବା ଖୁବ କାଠିକର ପାଠ । ତେବେ ଯଦି ଆପଣଙ୍କ ସାଥି ନିଜ ଭୁଲକୁ ମାନି ନିଅନ୍ତି ତେବେ ତାଙ୍କୁ ଦ୍ୱିତୀୟ ଥର ମୌକା ଦେବା ଉଚିତ । ତେବେ କେଉଁ ସମୟରେ ତାଙ୍କୁ କ୍ଷମା ଦେମା ଉଚିତ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ସାଥି କୌଣସି ଭୁଲ କରି କ୍ଷମା ମାଗୁଛନ୍ତି ତେବେ ସେହି ସମୟରେ କ୍ଷମା କରିଦେବା ଉଚିତ ଏବଂ ଭଲରେ ବୁଝାଇବା ଦରକାର । ଏହା ଦ୍ୱାରା ସଂପର୍କ ଦୃଢ ହୋଇଥାଏ ।

ଛୋଟ ଛୋଟ ଭୁଲରେ ରାଗି ଯାଇ ବ୍ରେକ ଅପ କରିବା ଅନୁଚିତ । ନିଜ କ୍ରୋଧକୁ ନିୟନ୍ତ୍ରଣ କରି କ୍ଷମା କରିଦେବା ଉଚିତ ।
ଭୁଲ କରିବା ପରେ ସେ ଯଦି ଭୁଲ ମାଗୁଛନ୍ତି ତେବେ ନିଜକୁ ତାଙ୍କ ସ୍ଥାନରେ ରଖି ଭାବନ୍ତୁ । ଏଭଳି କରିବା ଦ୍ୱାରା ଆପଣ ତାଙ୍କୁ ଭଲଭାବରେ ବୁଝିପାରିବେ ।

କେବେ କେବେ ଭୁଲ ଏତେ ବଡ଼ ହୋଇଥାଏଯେ ଆପଣ ନୀଜ ସାଥିଙ୍କୁ କ୍ଷମା ନ ଦେଇ ବ୍ରେକଅପ କରିଦିଅନ୍ତି । ଯଦି ତାଙ୍କ ସହିତ ବ୍ରେକଅପ କରି ଆପଣ ଡିପ୍ରେସନରେ ରହୁଛନ୍ତି ତେବେ ଆଉ ଏକ ମୌକା ଦେବା ଉଚିତ ।

ଯଦି କୌଣସି ଭୁଲ ବୁଝାମଣା ହୋଇଯାଇଥାଏ,ତେବେ ଏକାଠି ବସି ଆଲୋଚନା କରିବା ଉଚିତ । ସେ ଦୋଷୀ କିମ୍ବା ନୁହେଁ ଜାଣିବାକୁ ଚେଷ୍ଟା କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More