Only for Entertainment

ଘରର କେଉଁ ସ୍ଥାନରେ ଝାଡ଼ୁ ରଖିବା ଉଚିତ ।

IndiaMART
53

ଶାସ୍ତ୍ର ଅନୁସାରେ ଯେଉଁ ଘରେ ଛାଡ଼ୁକୁ ଅପମାନ ଦିଆଯାଏ ସେହି ଘରକୁ ମା ଲକ୍ଷ୍ମୀ କେବେ ମଧ୍ୟ ଆସନ୍ତି ନାହିଁ । ଏହା ଦ୍ୱାରା ସୁବବେଳେ ଅର୍ଥ ହାନୀ ଘଟିଥାଏ । ସାଧାରଣ ଦେଖଯାଉଥିବା ଛାଡ଼ୁ ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ଏହାକୁ ଅପମାନ କରିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହାକୁ ନେଇ ବିଭିନ୍ନ ପ୍ରକାରର ଧାର୍ମିକ ମାନ୍ୟତା ରହିଛି । ଆସନ୍ତୁ ଜାଣିବା ଝାଡ଼ୁ ସମ୍ବଦ୍ଧୀୟ କିଛି ସାଧାରଣ କଥା ।
ଶୋଇବା ଘରେ ଝାଡ଼ୁ ରଖିବା ଦ୍ୱାରା ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ଝାଡ଼ୁକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ ।
ଡାଇନିଙ୍ଗ ରୁମରେ କେବେ ମଧ୍ୟ ଝାଡ଼ୁ ରଖିବା ଅନୁଚିତ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସା ସୃଷ୍ଟି ହୋଇଥାଏ ।
ଗୋଡ଼ରେ ଝାଡ଼ୁ ବାଜିବା ଦ୍ୱାରା ଧନ ହାନୀ ହୋଇଥାଏ ।
ଝାଡ଼ୁ ଉପରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ ।
ବାହାରୁ ଆସୁଥିବା ବ୍ୟକ୍ତିର ନଜର ଝାଡ଼ୁ ଉପରେ ପଡ଼ିବା ଅନୁଚିତ ।
ସୂର୍ଯ୍ୟାସ୍ତ ପରେ ଘରେ ଛାଡ଼ୁ ଲଗାଇବା ଦ୍ୱାରା ଅଶୁଭ ହୋଇଥାଏ ।
ଝାଡ଼ୁକୁ ଉତ୍ତର ଦିଗରେ ରଖନ୍ତୁ, ଯେପରି କାହାର ନଜର ନ ପଡ଼େ ।
ଝାଡ଼ୁକୁ ଛିଡ଼ା କରି ରଖିବା ଅନୁଚିତ ।
ଝାଡ଼ୁକୁ ଜଳାଇବା ଅନୁଚିତ । ଏହା ଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ।
କୁହାଯାଏ ଝାଡ଼ୁକୁ ଘର ବାହାରେ କିମ୍ବା ଛାତ ଉପରେ ରଖିବା ଦ୍ୱାରା ଚୋରି ହେବାର ସମ୍ଭାବନା ରହିଥାଏ ।
ନୂଆ ଘରକୁ ଯିବାବେଳେ ପୁରୁଣା ଝାଡ଼ୁ ନେଇ ଯିବା ଅନୁଚିତ ।
ଝାଡ଼ୁକୁ ସବୁବେଳେ କୃଷ୍ଣପକ୍ଷରେ କିଣିବା ଉଚିତ । ଶୁକ୍ଳପକ୍ଷରେ କିଣିଥିବା ଝାଡ଼ୁ ଦୁର୍ଭାଗ୍ୟର କାରଣ ହୋଇଥାଏ ।
କୌଣସି ପଶୁକୁ ଝାଡ଼ୁରେ ମାରିବା ଅନୁଚିତ । ବିଶେଷ କରି ଗାଈକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More