Only for Entertainment

ଆଜି ନିଜ ପ୍ରିୟଜନଙ୍କୁ କେଉଁ ଉପହାର ଦେବେ ।

youtube
28

ଖାସ ଦିନ ମାନଙ୍କରେ ଆମେ ଉପହାର ଦେଇଥାଉ । କିନ୍ତୁ ଉପହାରକୁ ନେଇ କେତେକ ନିୟମ ରହିଛି । ଯେପରିକି କେଉଁଭଳି ଉପହାର ଦେବା ଉଚିତ ଏବଂ କେଉଁଭଳି ଦେବା ଅନୁଚିତ । କାଚର ଦ୍ରବ୍ୟ ଉପହାର ଭାବେ ଦେବା ଉଚିତ ନୁହେଁ। ଏହା ଦ୍ୱାରା ସଂପର୍କରେ କୁପ୍ରଭାବ ପଡ଼ିଥାଏ।

ବିଭିନ୍ନ ପ୍ରକାରର ପୋଷାକ, କଣ୍ଢେଇ ମଧ୍ୟ ଉପହାର ଦେଇପାରିବେ।

ଉପହାରରେ ଚକୋଲେଟ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ୱାରା ସଂପର୍କରେ ମଧୁରତା ଆସିଥାଏ।

ଉପହାରକୁ ଏକ ପ୍ରକାରର ଦାନ ବୋଲି କୁହାଯାଇଥାଏ। ଏହା ଦ୍ୱାରା ଜୀବନର ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ।

କୁହାଯାଇଥାଏ ଯେ, ଜୀବନରେ ଯେଉଁ ପ୍ରକାରର ସମସ୍ୟା ଥାଏ, ସେହି ପ୍ରକାରର ବସ୍ତୁ ଉପହାର ଦେବା ଶୁଭ ହୋଇଥାଏ। ଉପହାର ସାଧାରଣତଃ ଅସହାୟ ଓ ଗରିବ ଲୋକଙ୍କୁ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଅନ୍ନ, ବସ୍ତ୍ର ଓ ମିଠା ଦ୍ରବ୍ୟ ଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ସମସ୍ତ ଦ୍ରବ୍ୟକୁ ଦାନ ଦେବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ ବୋଲି କୁହାଯାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଗୃହରେ ସୁଖସମୃଦ୍ଧି ସହ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More