Only for Entertainment

ରାସ୍ତା ଉପରେ ଲଢୁଥିଲେ ଦୁଇ ପ୍ରେମିକ, ତୃତୀୟଙ୍କ ସହ ଫେରାର ହୋଇଗଲେ ମହିଳା ।

india times
0 37

ଆପଣ ତ ଆଗୁ ଶୁଣିଥିବେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଲାଗିଲେ ତୃତୀୟ ଜଣର ଲାଭ ହୁଏ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ପୁଣେ ହାଇୱେରେ । ଏଠାରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କ ପାଇଁ ଲଢୁଥିବାର ଦେଖିବାକୁ ମିଳିଥିଲା । ଦୁଇଜଣ ଯାକ ନିଜକୁ ମହିଳାଙ୍କ ସ୍ୱାମୀ ବୋଲି କହୁଥିଲେ । ଯେଉଁ ମହିଳାଙ୍କ ପାଇଁ ସେମାନେ ଲଢୁଥିଲେ ସେହି ମହିଳା ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ତେବେ ମଜାର ବିଷୟ ହେଉଛି ଏହି ଦୁଇଜଣ ଲଢିବା ଦେଖି ମହିଳା ଜଣଙ୍କ ଜଣେ ତୃତୀୟ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିଲା । ଏହି ଦୃଶ୍ୟ କୌଣସି ଫିଲ୍ମ ଠାରୁ କମ ନଥିଲା ।

ଉକ୍ତ ମହିଳାଙ୍କ ନାମ ଶଶିକଳା ବୋଲି କୁହାଯାଉଛି । ପୁଲିସ ସୂଚନା ଅନୁସାରେ ଯେଉଁ ଦୁଇଜଣ ବ୍ୟକ୍ତି ନିଜକୁ ଶଶିକଳାଙ୍କ ସ୍ୱାମୀ ବୋଲି କହି ଲଢୁଥିଲେ ସେମାନେ ହେଉଛନ୍ତି ସିଦ୍ଧାରାଜୁ ଏବଂ ମୂର୍ତ୍ତୀ । ଶଶିକଳା ୨୦୦୦ମସିହାରେ ରଙ୍ଗାସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ୨୦୧୦ରେ ବିବାହ ବିଚ୍ଛେଦ ପରେ ଶଶିକଳା ରମେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ରହିଲେ ଏବଂ ୨୦୧୫ରେ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ପୁଣି ବିବାହ କରିଥିଲେ । ହେଲେ ଏହି ସମ୍ପର୍କ ମାତ୍ର ୬ ମାସର ଥିଲା । ପରେ ଶଶିକଳା ମୂର୍ତ୍ତୀ ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ସହ ରହିଥିଲେ । ପୂର୍ବରୁ ଏହି ଡ୍ରାଇଭରଙ୍କର ଦୁଇଟି ସନ୍ତାନ ଥିଲା ।

ପୁଲିସ କହିବା ଅନୁସାରେ ଶଶିକଳା ଯେଉଁଠି ଚାକିରି କରୁଥିଲେ ସେଠାରେ କ୍ୟାବ ଡ୍ରାଇଭର ଥିବା ସିଦ୍ଧାରାଜୁଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଥିଲା । କିଛି ଦିନ ପରେ ମୂର୍ତ୍ତୀଙ୍କୁ ଛାଡି ଶଶିକଳା ଫେରିଆସିଥିଲେ ରାଜୁଙ୍କ ନିକଟକୁ । ଶନିବାର ବସଷ୍ଟପରେ ଶଶିକଳା ରାଜୁଙ୍କ ସହ ଠିଆ ହୋଇଥିଲା ବେଳେ ଅଚାନକ ସେଠି ପହଞ୍ଚିଥିଲେ ମୂର୍ତ୍ତୀ । ପ୍ରଥମେ ଦୁଇଜଣଙ୍କ ଭିତରେ ବାକ ବିତଣ୍ଡା ହୋଇଥିଲା ଓ ପରେ ମାରପିଟ । ଏହି ସମୟରେ ଜଣେ ତୃତୀୟ ବ୍ୟକ୍ତି ଆସି ଶଶିକଳାଙ୍କୁ ନେଇପଳାଇଥିଲେ । ପୁଲିସ ଏବେ ଏହି ବ୍ୟକ୍ତିଙ୍କୁ ଖୋଜୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More