Only for Entertainment

ଜନ୍ମଦିନରେ ରଣବୀରଙ୍କ ସହିତ ପୁରୁଣା ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ମହିଳା ।

59

ରଣବୀର ସିଂ ଜୁଲାଇ ୬ରେ ୩୪ତମ ଜନ୍ମ ଦିନ ପାଳନ କରିଥିଲେ । ଏହି ସମୟରେ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ମହିଳା ରଣବୀରଙ୍କୁ ଆଲିଙ୍ଗନ କରିଥିବାର ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଥିଲେ । ଯାହା ପରେ ଫଟୋଟି ଧିରେ ଧିରେ ଭାଇରାଲ ହେବାରେ ଲାଗିଥିଲା । ଫଟୋରେ ମହିଳାଜଣଙ୍କ କିଏ ସେ ନେଇ ଅନେକ ଚର୍ଚ୍ଚା ହେବା ପରେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି ।

 

ସୂଚନା ମୁତାବକ, ଫଟୋରେ ଦେଖା ଯାଉଥିବା ମହିଳାଜଣଙ୍କ ରଣବୀରଙ୍କ ପିଲାବେଳର ସାଙ୍ଗ ପ୍ରିୟା ତ୍ରିବେଦୀ । ପେଶାରେ ପ୍ରିୟା ଜଣେ ଭିଡିଓ ଜକି ଏବଂ ଜଣେ ମଡେଲ । ଏହା ସହ ଅନେକ ଫିଲ୍ମରେ ମଧ୍ୟ ସେ ନଜର ଆସି ସାରିଛନ୍ତି । ୨୦୧୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହମ ତୁମ୍‌ ଶବାନା’ରେ ସେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ତୁଷାର କପୁର, ଶ୍ରେୟସ ତଲ୍‌ପଡେ ଏବଂ ମିନିଷା ଲାମ୍ବା ନଜର ଆସିଥିଲେ । ରିୟାଲିଟି ସୋ’ ‘ଖତ୍‌ରୋଁ କି ଖିଲାଡି’ରେ ମଧ୍ୟ ସେ ନଜର ଆସି ସାରିଛନ୍ତି । ଲାଇମ୍‌ ଲାଇଟ୍‌ରୁ ଦୂରରେ ରହୁଥିବା ପ୍ରିୟା ସୋସିଆଲ ମିଡିଆରେ ନିଜର ଫଟୋ ପାଇଁ ଖୁବ୍‌ ଚର୍ଚ୍ଚାରେ ରହିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More