Only for Entertainment

ଏହି ଭୁଲ କାରଣରୁ ଐଶ୍ ଛାଡିଥିଲେ ବିବେକଙ୍କ ହାତ !

Ib times India
30

ଐଶ୍ୱର୍ୟ୍ୟା ରାୟ ଆଜି ବଚ୍ଚନ ପରିବାରର ବୋହୂ ,ହେଲେ ଏପରି ବି ଏକ ସମୟ ରହିଥିଲା ଯେଉଁ ସମୟରେ କି ତାଙ୍କ ନାମ ସହିତ ସଲମାନ୍ ଖାନ୍ ଏବଂ ବିବେକ୍ ଓବରୟଙ୍କ ନାମ ସହିତ ଯୋଡ଼ା ଯାଉଥିଲା। ସଲମାନ୍ ଏବଂ ଐଶ୍ୱର୍ୟ୍ୟାଙ୍କର ଆଫେୟାର ୧୯୯୯ରେ ରିଲିଜ୍ ହୋଇଥିବା ହିନ୍ଦି ଫିଲ୍ମ’ହମ୍ ଦିଲ୍ ଦେ ଚୁକେ ସନମ୍ ‘ ଜରିଆରେ ଆରମ୍ଭ ହୋଇଥିଲା। ଯାହାକି୨୦୦୧ ପର୍ୟ୍ୟନ୍ତ ତିଷ୍ଠି ରହିଥିଲା।

ଏହାପରେ ସଲମାନଙ୍କର କ୍ରୁର ବ୍ୟବହାର କାରଣରୁ ଐଶ୍ ସଲମାନଙ୍କ ଠାରୁ ତାଙ୍କର ଦୂରତା ବଢ଼ାଇ ଦେଇଥିଲେ ଏବଂ ବିବେକ୍ ଓବରୟଙ୍କ ନିକଟତର ହେବାକୁ ଲାଗିଲେ।ତେବେ କୁହାଯାଏ ଯେ,କୁଆଡ଼େ ବିବେକ୍ ଐଶ୍ୱର୍ୟ୍ୟାଙ୍କର ୩୦ ତମ ଜନ୍ମଦିବସ ଉପଲକ୍ଷେ ଐଶଙ୍କ ପାଇଁ ୩୦ଟି ଉପହାର ଦେଇଥିଲେ। ହେଲେ ବିବେକଙ୍କ ର ଏହି ଟିକିଏ ମାତ୍ର ଭୁଲ୍ ହିଁ ତାହାଙ୍କୁ ସୁନ୍ଦରୀ ଐଶ୍ୱର୍ୟ୍ୟାଙ୍କ ପାଖରୁ ସବୁଦିନ ଲାଗି ଦୂରେଇ ଦେଇଥିଲା।

ତେବେ ବିବେକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହିଛି ବୋଲି ବଲିଉଡ଼୍‍ ସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ୟ୍ୟା ଏନେଇ କେବେ ହେଲେବି ତାଙ୍କ ଆଡ଼ୁ ମୁହଁ ଖୋଲି କହିନଥିଲେ ,ଉଭୟ ବିବେକ୍-ଐଶ୍ ଯୋଡ଼ିଙ୍କୁ ସମସ୍ତ ପାର୍ଟିରେ ଏକାଠି ଦେଖିବାକୁ ମିଳୁଥିଲା।

ସୂଚନା ମୁତାବକ  ୨୦୦୩ରେ ବିବେକ୍ ତାଙ୍କର ହୋଟେଲ୍ ରୁମ ପ୍ରେସ୍ କନ୍ଫେରେନ୍ସ ଡ଼କାଇଥିଲେ ଏବଂ କହିଥିଲେ କି ମୋ ପାଖକୁ ଐଶ୍ୱର୍ୟ୍ୟା ଆସିବା ଦିନଠୁ ସଲମାନ ମୋତେ ଜୀବନରୁ ମାରିଦେବାପାଇଁ ଧମକଭରା ଫୋନ୍ ଦେଉଥିଲେ । ଏଥିସହିତ ସଲମାନ୍ ନିଶାସକ୍ତ ଅବସ୍ଥାରେ ରାତିରେ ବିବେକଙ୍କୁ ୪୧ ଥର ଫୋନ୍ କରିବା ସହିତ ତାହାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବୋଲି ପ୍ରେସ୍ କନ୍ଫରେନସ ମାଧ୍ୟମରେ ଜଣାଇଥିଲେ, ଯେଉଁକାରଣକୁ ନେଇ ଐଶ୍ ନିଜେ ହିଁ ବିବେକ୍ ପାଖରୁ ତାଙ୍କର ସମସ୍ତ ସଂପର୍କକୁ ଛିନ୍ନ କରିଦେଲେ। କାହିଁକିନା ଐଶ୍ୱର୍ୟ୍ୟା କୌଣସି ବିବାଦରେ ପଶିବାକୁ ଚାହୁଁନଥିଲେ।

ଏହାପରେ ସୁନ୍ଦରୀ ଐଶ୍ୱର୍ୟ୍ୟା ବିବେକଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଲେ।ଏହାସହିତ ଐଶ୍ ବିବେକଙ୍କୁ ଜଣେ ‘ଅପରିପକ୍ୱ ବ୍ୟକ୍ତି’ ବୋଲି କହିବାକୁ ମଧ୍ୟ ପଛାଇନଥିଲେ। ଆଉ ଏହାର ପ୍ରତିବାଦ କରି ବିବେକ୍ ଐଶ୍ୱର୍ୟ୍ୟାଙ୍କୁ ‘ପ୍ଲାଷ୍ଟିକ୍ ଐଶ୍ ‘ବୋଲି ମଧ୍ୟ କହିଥିଲେ। ଫଳରେ ଧୀରେଧୀରେ ଏହି ସଂପର୍କରେ ଭଟ୍ଟାପଡ଼ିଗଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More