Only for Entertainment

କ’ଣ ପାଇଁ ଗୋଟିଏ କ୍ରମରେ ନଥାଏ କମ୍ପ୍ୟୁଟର କି-ବୋର୍ଡର ଅକ୍ଷର ? ଜାଣନ୍ତୁ

VideoBlocks
236

କମ୍ପ୍ୟୁଟରର ଆବିଷ୍କାର ଉନ୍ନବିଂଶ ଶତାବ୍ଦୀରେ ଚାର୍ଲ୍ସ ବାବେଜ ନାମକ ଜଣେ ପ୍ରସିଦ୍ଧ ଗଣିତଜ୍ଞ କରିଥିଲେ । ସେଥିପାଇଁ ତାଙ୍କୁ କମ୍ପ୍ୟୁଟରର ପିତା ମଧ୍ୟ କୁହାଯାଏ । କିନ୍ତୁ ଏବେ କମ୍ପ୍ୟୁଟରରେ ଅନେକ ପରିବର୍ତ୍ତନ କରାଯାଇଛି । କମ୍ପ୍ୟୁଟର ଫଳରେ ସୂଚନାର ଆଦାନ ପ୍ରଦାନ ଖୁବ ସହଜରେ ହେବାରେ ଲାଗିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି କମ୍ପ୍ୟୁଟରର କି-ବେର୍ଡରେ ସମସ୍ତ ଅକ୍ଷୟ ଗୋଟିଏ କ୍ରମରେ କାହିଁକି ନାହିଁ ? ତେବେ ଆସନ୍ତୁ ଜାଣିବା କି-ବୋର୍ଡରେ ସମସ୍ତ ଅକ୍ଷୟ ଉପର ତଳ ହୋଇ କାହିଁକି ରହିଛି ?

କି-ବୋର୍ଡର ବ୍ୟବହାର ଆମେ ପ୍ରତ୍ୟେକ ଦିନ କରିଥାଉ । ଅଫିସରେ ହେଉ କିମ୍ବା ଘରେ ସମସ୍ତେ ଏହାର ବ୍ୟବହାର କରିଥାନ୍ତି । କମ୍ପ୍ୟୁଟର କି ବୋର୍ଡ ଏବଂ ମୋବାଇଲ କି ବୋର୍ଡର ଅକ୍ଷର କ୍ୱାର୍ଟିରୁ ଆରମ୍ଭ ହୋଇଥାଏ । କ୍ରିଷ୍ଟୋଫର ଶାର୍ଲ କ୍ୱାର୍ଟିର ରୂପରେଖାର ପ୍ରସ୍ତୁତ କରିଥିଲେ । ପ୍ରଥମେ ୧୮୭୪ରେ ଆସିଥିବା ଟାଇପରାଇଟରେ ଶବ୍ଦ ଏହି ଭଳି ଭାବେ ବ୍ୟବହାର କରାଯାଇଥିଲା । ସେତେବେଳେ ଏହି ଷ୍ଟାଇଲକୁ ରୋମିଙ୍ଗଟନ-୧ ନାମରେ ଜଣା ଯାଉଥିଲା ।

ଯେବେ କ୍ରିଷ୍ଟୋଫର ଶାର୍ଲ ଅକ୍ଷର ଗୁଡିକର ପଦ୍ଧତି ଏବଂ କ୍ରମ ନିର୍ଦ୍ଧାରଣ କରୁଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ଅକ୍ଷର କ୍ରମକୁ ସିଧା ରଖିବା ଫଳରେ ବଟନ ଜାମ ହେଉଥିଲା ଏବଂ କ୍ରମରେ ରହିବା ଫଳରେ ଶବ୍ଦ ଲେଖିବାରେ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । ସେହି ସମୟରେ ଟାଇପରାଇଟରରେ ବ୍ୟକସ୍ପେସର ବଟନ ନଥିଲା । ସେଥିପାଇଁ କି-ବୋର୍ଡରେ କ୍ୱାର୍ଟି ଶବ୍ଦର ବ୍ୟବହାର ଆରମ୍ଭ ହେଲା । ଏହା ଫଳରେ ଟାଇପ କରିବାରେ ସହଜ ହେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More