Only for Entertainment

କାହିଁକି ବିବାହ କରିବା ପାଇଁ ଇଟାଲୀକୁ ବାଛିଥିଲେ ବିରୁଷ୍କା?

33

ସବୁଠାରୁ ମଜାଦାର ଥିଲା ଅନୁଷ୍କା ଏବଂ ବିରାଟ କୋହଲିଙ୍କ ବିବାହ । ନା କାହାକୁ ଜଣାଇଥିଲେ ନା ପୂର୍ବରୁ କୌଣସି ସୂଚନା ମିଳିଥିଲା ।ଡିସେମ୍ବର ୨୦୧୭ରେ କାହାକୁ ନ ଜଣାଇ ଗୋପନୀୟ ଭାବରେ ବିବାହ କରିଥିଲେ ବିରୁଷ୍କା । ଦୁହିଁଙ୍କ ବିବାହ ପରେ ଯାଇ ବିରାଟ-ଅନୁଷ୍କା ବିବାହ କରିଥିବା ନେଇ ସୂଚନା ମିଳିବା ସହ ବିବାହର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଦେଶ ବାହାରକୁ ଯାଇ ଇଟାଲୀରେ ଦୁହେଁ କ’ଣ ପାଇଁ ବିବାହ କରିଥିଲେ? ସେ ବିଷୟରେ ଏକ ସାକ୍ଷାତକାରରେ ଜଣାଇଛନ୍ତି ବିରାଟ ।

 

ବିରାଟଙ୍କ କହିବା ଅନୁଯାୟୀ, ବିବାହର ପୂରା ଯୋଜନା ଅନୁଷ୍କା କରିଥିଲେ । କାରଣ ସେ ସମୟରେ ମୁଁ ମୋ କ୍ରିକେଟ ସିରିଜ୍‌କୁ ନେଇ ବ୍ୟସ୍ତ ଥିଲି । ଯାହା ପାଇଁ ଅନୁଷ୍କା କେଉଁଠି ବିବାହ କରିବୁ ସେ ନେଇ ନିଷ୍ପତ୍ତି ନେବା ସହ ପୂରା ବ୍ୟବସ୍ତା କରିଥିଲେ । ବିବାହକୁ ଗୋପନୀୟ ରଖିବା ପାଇଁ ଆମେ ଇଟାଲୀରେ ବିବାହ କରିଥିଲୁ । ଏମିତି କି ବିବାହରେ ଯୋଗ ଦେବାକୁ ଯାଉଥିବା ବନ୍ଧୁମାନଙ୍କୁ ମଧ୍ୟ ବିବାହ କେଉଁଠି ହେଉଛି ଜଣା ନଥିଲା । ସେମାନଙ୍କୁ ବିମାନବନ୍ଦରରୁ ସିଧା ବିବାହସ୍ଥଳୀକୁ ନିଆଯାଇଥିଲା । ଯାହା ପରେ ସେମାନେ ବିବାହ ସ୍ଥାନ ବିଷୟରେ ଜାଣିଥିଲେ । ଜଣେ ସାମ୍ବାଦିକ ସେଠାରେ ପହଞ୍ଚିଯିବାରେ ସଫଳ ହୋଇଥିଲେ ମଧ୍ୟ ତାଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳି ନଥିଲା । ସଂପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର କାର୍ଡର ବ୍ୟବସ୍ତା କରାଯାଇଥିଲା । ଯାହା ସାହାଯ୍ୟରେ ସେମାନଙ୍କୁ ଭିତରକୁ ଆସିବାକୁ ଅନୁମତି ମିଳୁଥିଲା । ଇଟାଲୀରେ ବିବାହ ପରେ ଭାରତ ଫେରି ଆମେ ଦୁଇଟି ବିବାହ ଭୋଜି ରଖିଥିଲୁ । ଦୁଇଟି ବିବାହ ଭୋଜିକୁ ସମ୍ଭାଳିବା ପରେ ଭାରତରେ ବିବାହ କରିଥିଲେ କେତେ ଚାପ ପଡ଼ିଥାନ୍ତା ସେ ବିଷୟରେ ଭାବି ଇଟାଲୀରେ ବିବାହ କରି ଆମେ ଠିକ୍‌ କରିଛୁ ବୋଲି ଘର ଲୋକେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More