Only for Entertainment

ଅକ୍ଷୟଙ୍କ ଫିଲ୍ମ ‘ମଙ୍ଗଳୟାନ’କୁ ଦିଶା ପଟାନୀଙ୍କ ନାଁ ! ଜାଣନ୍ତୁ ଏହା ପଛର କାରଣ ।

zeenews
30

ବଲିଉଡରେ ସଫଳତା ମିଳିବା ପରେ ଷ୍ଟାରମାନେ ନିଜର ଭବିଷ୍ୟତକୁ ନେଇ ଖୁବ ସତର୍କ ହୋଇଯାଆନ୍ତି । ନିଜର ଫଟୋ ସୁଟ ଏବଂ ନିଜର ଗ୍ଲାମରର୍ସ ଲୁକକୁ ନେଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଦିଶା ପଟାନୀ ବାଗି-୨ର ସଫଳତା ପରେ ଏବେ ନିଜର କ୍ୟାରିଅରକୁ ନେଇ ଖୁବ ସତର୍କ ହୋଇଯାଇଛନ୍ତି । ସେଥିପାଇଁ ତ ସେ ବୁଝି ବିଚାରି ଏବେ ଫିଲ୍ମ ସାଇନ କରୁଛନ୍ତି । ନିକଟରେ ଅଭିନେତ୍ରୀ ଦିଶାଙ୍କୁ ନିର୍ଦ୍ଦେଶକ ଆର ବାଲ୍କୀଙ୍କ ଆଗାମୀ ଫିଲ୍ମ ‘ମଙ୍କଳୟାନ’ ପାଇଁ ଚୟନ କରାଯାଇଥିଲା । ଏବଂ ଅଫର ମିଳିବା ପରେ ଦିଶା ନିଜର ଖୁସିକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । କିନ୍ତୁ ଏବେ ଦିଶା ଫିଲ୍ମକୁ ଛାଡିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମୟଥିଲା ଯେବେ ନବାଗତ କଳାକାରମାନେ ବଲିଉଡର ବଡ କଳାକାରଙ୍କ ସହିତ ଫିଲ୍ମ ମିଳିବା ମାତ୍ରେ ତାହାକୁ କୌଣସି ମତରେ ଛାଡୁନଥିଲେ । କିନ୍ତୁ ଏହି ଟ୍ରେଣ୍ଡ ଏବେ ପୁରୁଣା ହୋଇଯାଇଛି । ଫିଲ୍ମ ‘ମଙ୍ଗଳୟାନ’ରେ ତିନି ଜଣ ଅଭିନେତ୍ରୀ ମୁଖ୍ୟ ଭୂମିକରେ ଥିବାକୁ ଦିଶା ଏହି ଫିଲ୍ମକୁ କରିବା ପାଇଁ ମନା କରିଛନ୍ତି ।

ସୂଚନା ଅନୁସାରେ ଦିଶା ଏବେ ପ୍ରତ୍ୟେକ ନିର୍ଣ୍ଣୟ ବୁଝି ବିଚାରି ନେଉଛନ୍ତି । କାରଣ ଫିଲ୍ମରେ ତିନି ଜଣଙ୍କ ବ୍ୟତିତ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାକୁ ନଜରରେ ରଖି ସେ ଏହି ଫିଲ୍ମକୁ ମନା କରି ଦେଇଛନ୍ତି ।

କହିରଖୁଛୁ ଯେ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ମଙ୍ଗଳୟାନ’ ଭାରତ ଦ୍ୱାରା ମଙ୍ଗଳ ଗ୍ରହକୁ ପ୍ରେରିତ ପ୍ରଥମ ଯାନ ଉପରେ ଆଧାରିତ । ଦିଶାଙ୍କ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ସଲମାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More