Only for Entertainment

କାହିଁକି ରୋଷେଇ ଘରେ ଖାଇବା ଅନୁଚିତ ।

House Method
90

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଘରର ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ।

ରୋଷେଇ ଘରେ ଚୁଲି ସବୁବେଳେ ପୂର୍ବ ଦିଗରେ ରହିବା ଉଚିତ। ଫ୍ରିଜ୍‌ କିମ୍ବା ମାଇକ୍ରୋୱେଭ୍‌ ଅଗ୍ନି କୋଣରେ ରହିବା ଦରକାର।

ଯେଉଁଠି ସବୁବେଳେ ଆଲୋକ ଓ ପବନ ଆସୁଥିବ, ସେହି ଦିଗରେ ହିଁ ରୋଷେଇ ହେବା ଉଚିତ।

 ରୋଷେଇ ଘରେ ବସି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ବ୍ୟକ୍ତି ଓ ପରିବାର ଉପରେ ଖରାପ ପ୍ରଭାବ ପଡ଼େ। ରୋଷେଇ ଘର ସବୁବେଳେ ସଫା ରଖିବା ଉଚିତ। ରୋଷେଇ ଘରେ ରାତିର ଅଇଁଠା ବାସନ କେବେ ବି ପକାଇ ରଖନ୍ତୁ ନାହିଁ।

 ରୋଷେଇ ଘରକୁ ଲାଗି କିମ୍ବା ଏହା ଉପରେ ବାଥ୍‌ରୁମ୍‌ ରହିବା ଉଚିତ ନୁହେଁ। ସବୁବେଳେ ଗାଧୋଇବା ପରେ ରୋଷେଇ ଘରକୁ ଯିବା ଉଚିତ। ରାଗି କିମ୍ବା ଚିଡ଼ଚିଡ଼ା ହୋଇ ରୋଷେଇ ଘରକୁ ଯାଆନ୍ତୁ ନାହିଁ।

ରୋଷେଇ ଘରେ ଅସରପା, ବୁଢ଼ିଆଣୀ କିମ୍ବା ଝିଟପିଟି ରହିବାକୁ ଦିଅନ୍ତୁ ନାହିଁ। ରୋଷେଇ ଘରୁ ଭଙ୍ଗା ଓ ଫଟା ବାସନ ବାହାର କରି ଦିଅନ୍ତୁ। ଏ ସବୁ ବାସନ ଯୋଗୁ ଘର ଉପରେ ନକାରାତ୍ମକ ପ୍ରଭାବ ପଡ଼େ।

 ରୋଷେଇ ଘରେ କୌଣସି ପ୍ରକାର ଲିକେଜ୍‌ ନ ହେବା ଉଚିତ। ଯଦି ପାଣି ପାଇପ୍‌ ଖରାପ ଅଛି, ତେବେ ଏହାକୁ ତୁରନ୍ତ ଠିକ୍‌ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More