Only for Entertainment

ସଂଧ୍ୟା ପରେ ଖାଆନ୍ତୁ ନାହିଁ ଏହି ଫଳ, ରୋଗରେ ପଡ଼ିପାରନ୍ତି

wikipedia
116

ଅଙ୍ଗୁର ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏହା ଦେଖିବା ପାଇଁ ମନମୋହକ ଏବଂ ଖାଇବା ପାଇଁ ସ୍ୱାଦିଷ୍ଟ ମଧ୍ୟ । ତେବେ କେବଳ ବୟସ୍କ ନୁହଁନ୍ତି ଛୋଟପିଲା ମାନେ ମଧ୍ୟ ଏହାକୁ ପ୍ରଚୁର ଖାଆନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌ ଏସିଡ୍‌,ମାଲିକ୍‌ ଏସିଡି ଏବଂ କିଛି ପରିମାଣର ସାଇଟ୍ରିକ୍‌ ଏସିଡ୍‌ ରହିଥାଏ। ଦିନରେ ଖାଦ୍ୟ ଖାଇସାରି ଅଙ୍ଗୁର ଖାଇବା ଦ୍ୱାରା ଏସବୁ ଏସିଡ୍‌ ହଜମ ପ୍ରକ୍ରିୟାକୁ ସହଜ କରିଥାନ୍ତି। ଏହା ସହିତ ଅଙ୍ଗୁରରେ ମେଲାଟୋନିନ୍‌ ରସାୟନିକ ପଦାର୍ଥ ରହିଥାଏ।

 

ଅଙ୍ଗୁର ନିଦ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନିଦ୍ରା ସମସ୍ୟା ଭୋଗୁଥିବା ଲୋକେ ଦିନବେଳେ ଅଙ୍ଗୁର ଖାଇଲେ ଭଲ। ତେବେ ରାତିରେ ଏହା ଖାଇଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାତିରେ ସାଧାରଣତଃ ଗରିଷ୍ଠ ଖାଦ୍ୟ ସହଜରେ ହଜମ ହୋଇ ନ ଥାଏ। ଅଙ୍ଗୁରରେ ଥିବା ଫ୍ରୁକ୍ଟୋଜ୍‌ ଶରୀରରେ ରକ୍ତି ଶର୍କରା ବୃଦ୍ଧି କରିଥାଏ। ଫଳରେ ଶରୀରର ଶକ୍ତି ବଢ଼ିଯିବାରୁ ମନ ବିଚଳିତ ହୋଇଥାଏ। ଏହାଦ୍ୱାରା ସୁଖନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ତେଣୁ ରାତିରେ ଅଙ୍ଗୁର ଖାଇବାକୁ ବାରଣ କରାଯାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More